Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sivaram Thakur

Others

3  

Sivaram Thakur

Others

କୃପା ବାରି ଦିଅହେ ଢାଳି

କୃପା ବାରି ଦିଅହେ ଢାଳି

1 min
37



    

ବନ୍ଦଇ ଶ୍ରୀ ଚରଣ ତୁମ

    ପ୍ରଭୁ ଗିରିଜା ନନ୍ଦନ ,

ସର୍ବ ପାପ ବିନାଶକ ହେ

    ବକ୍ର ତୁଣ୍ଡ ଗଜାନନ ॥୧॥

ବିନାୟକ ବିଘ୍ନେଶ୍ଵର ହେ

    ଲମ୍ବୋଦର ଗଣପତି, 

ସର୍ବ ପ୍ରଥମେ ତୁମେ ପ୍ରଭୁ

    ପୂଜା ପାଉଥାଅ ନିତି ॥୨॥ 

ବିଚକ୍ଷଣ ବୁଦ୍ଧି ବଳରେ

    ଚଢି ମୂଷିକ ବାହାନେ ,

ପରିକ୍ରମା କଲ ବିଶ୍ଵକୁ

    ହେଇ ଆନନ୍ଦିତ ମନେ ॥୩॥

ଗୋଉରୀ ନନ୍ଦନ ସୁଦୟା

    ଥାଉ ମହୀ ମଣ୍ଡଳରେ ,

ଭକତି ଚିତ୍ତରେ ବନ୍ଦୁଛି

    ପ୍ରଭୁ ତୁମରି ପୟରେ ॥୪॥

କୃପା ବାରି ଦିଅହେ ଢାଳି

    ଅବନିଶ ଦୟାବନ୍ତ, 

ଭାଲଚନ୍ଦ୍ର ମଙ୍ଗଳ ମୂର୍ତ୍ତୀ

    ବୁଦ୍ଧିଦାତା ଏକଦନ୍ତ ॥୫॥

ନମସ୍ତେ କୀର୍ତ୍ତି ମୃତ୍ୟୁଞ୍ଜୟ

    ବିଶ୍ଵରାଜା ବିଶ୍ଵମୁଖ ,

ପୀତାମ୍ବର ହେ ରୁଦ୍ରପ୍ରିୟ

    ଉମାସୁତ ହେ ସୁମୁଖ ॥୬॥


Rate this content
Log in