Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Others Children

4  

Sukadev Mahanta

Others Children

କରୋନାରେ ଆମ ଗାଆଁ

କରୋନାରେ ଆମ ଗାଆଁ

1 min
172



କି ସୁନ୍ଦର ଦିଶେ     ମହାଗିରି ଆମ

     ଆକାଶକୁ ଯାଏ ଛୂଇଁ

ସୁକିନ୍ଦା ଷାଠିଏ    କୋଶେ ଦୀର୍ଘତମ

   ତାହା ପରି କାହିଁ ନାହିଁ ||

ଓଷା ଝର ଆଉ    ଅଶୋକ ଝର ତ

      ଝରିଅଛି ତାର ବକ୍ଷୁ

 ତାର ଶୋଭାରାଜି   ନାଚି ଉଠେ ଆଜି

      ଅବୁଜା ରହଇ ଚକ୍ଷୁ||

ତା ଗର୍ଭେ ଗଚ୍ଛିତ      କ୍ରୋମ୍ ଅପ୍ରମିତ

      ପୃଥିବୀର ନବେଭାଗ

ନିକେଲ ସାଙ୍ଗକୁ      ଲୁହାପଥର ବି

      ସାଇତି ରଖିଛି ଆଗ ||.

କାଦୁଅବନ୍ଦିରୁ        ପିମ୍ପୁଡିଆ ଡେଇଁ

     ମହାଗିରି ପାଦେ ଗଲେ

ରାଙ୍କିଆ ନାମକ      ଗାଆଁରେ ଗଚ୍ଛିତ

   ତେଜସ୍କ୍ରିୟ ଧାତୁ ଭଲେ ||

ମହାଗିରି ଅଟେ      ସୁକିନ୍ଦାବାସୀଙ୍କ

    ସୁଖୀ ଜୀବନର ରେଖା

ତାର ସଂରକ୍ଷଣ      କରି ନ ପାରିଲେ

      ଦୁର୍ଦ୍ଦିନର ହେବ ଦେଖା||


କରୋନା ଆଣିଛି     ତା ଭାଗ୍ୟରେ ଶାନ୍ତି

        ଅଳପ ସମୟ ପାଇଁ

ଖଣି ଖାଦାନର         ଘର ଘର ନାଦ

       ସେତେ ଆଉ ଶୁଭୁ ନାହିଁ ||

 ଗାଆଁ ବିଦ୍ୟାଳୟ       ବନ୍ଦ ଅଛି ଏବେ

        ନାହିଁ ଗୁରୁଜୀଙ୍କ ଭୟ

 ପାଠ ଟେନ୍ସନ          ନାହିଁତ ଚାଟର

        କବାଡି ଖେଳରେ ଲୟ ||

ଶରତ ଆସିଛି           ଆକାଶ ହସୁଛି

        ଲାଗେ କେଡେ ମନୋରମ

ମହାଗିରି ପାଦେ          ଅତି ମନୋରମ

          କାଦୁଅ ବନ୍ଦି ମୋ ଗ୍ରାମ ||

କି ସୁନ୍ଦର ତାର             ବନ ପରବତ

           କି ସୁନ୍ଦର ପରିବେଶ

କି ସୁନ୍ଦର ତାର            ସବୁଜ ପ୍ରାନ୍ତର

         ଧାନକ୍ଷେତ ମୁହେଁ ହସ ||

ମନେ ପଡେ ମୋର         ପିଲାବେଳ କଥା

          ହସ ଖୁସି   ମଜା ଗପ

ଆତ୍ମୀୟତା ଭରା        ସେନେହ ଡୋରୀରେ

          ଶରଧା ଭକ୍ତି ଅମାପ ||

କାଦୁଅ ବନ୍ଦିର             କାଦୁଆ ଦାଣ୍ଡଟା

         କଂକ୍ରୀଟ ବସନ ପିନ୍ଧି

ଅନ୍ଧକାର ନାହିଁ           ବିଜୁଳୀ ଆଲୋକେ

         ହସୁଛି କାଦୁଅବନ୍ଦି ||

 ଚାଳଘର ସ୍ଥାନେ           କୋଠାଘର ଦିଶେ

           ଜଙ୍ଗଲ ହଜିଗଲାଣି

ବିକାଶ ନାମରେ             ବିନାଶ ଦିଗରେ

         ମୋ ଗାଆଁ ପଛରେ ପଡିନି ||

କରୋନା ଆଣିଛି             ସାମୟିକ ଛୁଟି

           କୋମଳ ମତିଙ୍କ ପାଇଁ

ସାଙ୍ଗ ସାଥି ମେଳେ           କବାଡି ବାଗୁଡି

           ଖେଳି ଦିଅନ୍ତି କଟାଇ ||

କରୋନା ହଟିବ           ଆମ ଗାଆଁ ହସିବ

          ହସିବ ଆମରି ଦେଶ

ସଭିଏଁ ମିଳିଣ               ଏକାଠି ଗଢିବା

           ଆମ ଗାଆଁ ପରିବେଶ ||


           


Rate this content
Log in