STORYMIRROR

padmaja pati

Others

3  

padmaja pati

Others

କରୋନା ଯିବ ଦୂରେଇ

କରୋନା ଯିବ ଦୂରେଇ

1 min
11.8K

ଆଲୋ ମାମୁନି ମୁଁ କହିବି ଯାହା ତୁ ଶୁଣିବୁ କି ମନ ଦେଇ?

ନିଜ ପରିବେଶ ଘର ଅଗଣାକୁ କରିବୁ ଯଦି ସଫେଇ l

ଘରୁ ନ ବାହାରି ପଢା ବହି ଧରି ପଢିବାକୁ ଯିବୁ ବସି

ମାଆ ଯାହା ଦେବେ ମନ ଆନନ୍ଦରେ ଖାଇବୁ ତୁ ହସି ହସି l

ମଝିରେ ମଝିରେ ସଫା କରୁଥିବୁ ହାତ ସାବୁନ ଫେଣରେ

କରିବାକୁ ଯୋଗ କେବେ ନ ଭୁଲିବୁ ସଞ୍ଜ ଆଉ ସକାଳରେ l

ସାଙ୍ଗସାଥି ମେଳ, ଛାଡି ଧୂଳି ଖେଳ, ବୋହୁଚୋରୀ , ଲୁଚକାଳି

ତୁଳୀଟିଏ ଧରି ମନରୁ ଆଙ୍କିବୁ ଚିତ୍ର ତୁ ଭଳି କି ଭଳି l

କାମୁଡିବୁ ନାହିଁ ନଖ କେବେ ହେଲେ, ରଖିବୁ ତାହାକୁ ସଫା

ଛୁଇଁବୁ ଆଖିକୁ ଯଦି ବାରମ୍ବାର ମଳିଲେ ବଢ଼ବ ଶଙ୍କା

ଥଣ୍ଡା ସରବତ ପିଇବୁନି ମୋଟେ ରଖିବୁ ଖାଦ୍ୟ ଘୋଡେଇ

ଏହିସବୁ କଥା ମାନିଲେ ନିଶ୍ଚୟ କରୋନା ଯିବ ଦୂରେଇ l


Rate this content
Log in