STORYMIRROR

Pranati Mahapatra

Others

4  

Pranati Mahapatra

Others

କରୋନା ଯିବ ଜଳି

କରୋନା ଯିବ ଜଳି

1 min
364


କେତେ ଆସି କେତେ ଚାଲି ତ ଯାଇଛି

ଦୋହଲାଇ ଦେଇନାହିଁ,

ଜଗନ୍ନାଥ ଦେଶ ତାଙ୍କରି ଆଶ୍ରିତ

ଆମର ତ କିଛି ହେବନାହିଁ।

ଧୈର୍ଯ୍ୟ ଧରି ତାର ମୁକାବିଲା ଆମେ 

କରିବା ସଭିଏଁ ମିଶି,

ଛାଏଁ ଚାଲିଯିବ ଯେମିତି ତ ଗଲେ

ଆମରି ଦେଶୁ ଫିରିଙ୍ଗି ।

ଶଙ୍ଖଚକ୍ର ଗଦାପଦ୍ମ ଧାରଣରେ

ବସିଛନ୍ତି ଲୀଳାମୟ,

ଅଧର୍ମୀ ପାପୀଙ୍କ ବିଚାର କରିଣ

ଦଣ୍ଡଦେବେ ଦୟାମୟ।

ଆତ୍ମବିଶ୍ବାସକୁ ସୁଦୃଢ କରିବା

ସତ୍ୟପଥେ ଯିବା ଚଳି,

ପରିସ୍କାର ହୋଇ ସୁରକ୍ଷିତ ହେବା

କରୋନା ଯିବ ରେ ଜଳି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍