STORYMIRROR

Pranati Mahapatra

Others

4  

Pranati Mahapatra

Others

କରୋନା ଯିବ ଜଳି

କରୋନା ଯିବ ଜଳି

1 min
361


କେତେ ଆସି କେତେ ଚାଲି ତ ଯାଇଛି

ଦୋହଲାଇ ଦେଇନାହିଁ,

ଜଗନ୍ନାଥ ଦେଶ ତାଙ୍କରି ଆଶ୍ରିତ

ଆମର ତ କିଛି ହେବନାହିଁ।

ଧୈର୍ଯ୍ୟ ଧରି ତାର ମୁକାବିଲା ଆମେ 

କରିବା ସଭିଏଁ ମିଶି,

ଛାଏଁ ଚାଲିଯିବ ଯେମିତି ତ ଗଲେ

ଆମରି ଦେଶୁ ଫିରିଙ୍ଗି ।

ଶଙ୍ଖଚକ୍ର ଗଦାପଦ୍ମ ଧାରଣରେ

ବସିଛନ୍ତି ଲୀଳାମୟ,

ଅଧର୍ମୀ ପାପୀଙ୍କ ବିଚାର କରିଣ

ଦଣ୍ଡଦେବେ ଦୟାମୟ।

ଆତ୍ମବିଶ୍ବାସକୁ ସୁଦୃଢ କରିବା

ସତ୍ୟପଥେ ଯିବା ଚଳି,

ପରିସ୍କାର ହୋଇ ସୁରକ୍ଷିତ ହେବା

କରୋନା ଯିବ ରେ ଜଳି।



Rate this content
Log in