STORYMIRROR

padmaja pati

Others

3  

padmaja pati

Others

କରୋନା ଯାଉ ଦୂରେଇ

କରୋନା ଯାଉ ଦୂରେଇ

1 min
86

ଅନୁରାଗେଭରା ଏ ହୃଦୟ ମୋର

ଦେଉଛି ଭେଟି ତୁମକୁ

ଚିରଦିନ ଆମ ସମ୍ପର୍କ ନିବିଡ

ଅଛପା ଅଛି କାହାକୁ?

ପ୍ରେମିକର କଥା ନ ସରୁଣୁ କହେ

ପ୍ରେମିକା ମୁହଁ ଶୁଖାଇ

କରୋନା ପାଇଁ ତ ସବୁ ଲାଗେ ପିତା

ବଞ୍ଚିଛି ମୁଁ ତୁମପାଇଁ l

ଏଇ ଫଗୁଣରେ ତୁମ ହାତଧରି

ଯାଇଥାନ୍ତି ଶାଶୁଘର

ସବୁକଥା ଆଜି ଲାଗୁଛି ସପନ

ହେଲି ଅବା ସାତପର l

ସମାଜ ଦୂରତ୍ୱ ଉପରେ ଗୁରୁତ୍ବ

ଦେଉଛନ୍ତି ସରକାର

ବନ୍ଧୁବାନ୍ଧବ କି ସାଇପଡିଶାଙ୍କୁ

ଦେଖିଲେ ମାଡୁଚି ଡର l

ମନ ଊଣା ଆଉ ନ କର ଗୋ ପ୍ରିୟା !

ପ୍ରେମିକ ଧୀରେ କହଇ

ଆର ମଗୁଶିର ତିଥିକୁ ଅପେକ୍ଷା

କରୋନା ଯାଉ ଦୂରେଇ l


Rate this content
Log in