Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Others

3  

KRUTIBAS NAYAK

Others

କରୋନା ଶିଖାଇଦେଲା

କରୋନା ଶିଖାଇଦେଲା

1 min
14



କରୋନା ଆତଙ୍କ ଶିଖାଇ ଦେଲାଣି ଏଇ କେଇଟା ଦିନରେ,

ନିରେଖି ଦେଖିବ ଅନ୍ୟକୁ କହିବ ନିଜେ ହେଜିବ ମନରେ |


ବିଦେଶ ନଗଲେ ବିଦେଶୀ ନନେଲେ କିଛି କ୍ଷତି ହୁଏନାହିଁ,

ଥଣ୍ଡା ପାନୀୟ କି ଫାଷ୍ଟଫୁଡ ଜଙ୍କ ଲୋଡ଼ାନାହିଁ ଲୋଡ଼ାନାହିଁ |


ଶିକ୍ଷିତ ହୋଇଲେ ଦେଶର ଜନତା ନିଜେ ସଚେତନ ହେବେ,

ଅନ୍ଧବିଶ୍ଵାସରୁ ମୁକୁଳି ପାରିବେ ସତ୍ୟକୁ ଆଦରି ନେବେ |


ୟୁରୋପ ଲୋକ ବୁଦ୍ଧିଆ ନୁହନ୍ତି ଏକଥା ପ୍ରମାଣ ହେଲା,

ବିନା କ୍ଷେପଣାସ୍ତ୍ରେ ଯୁଦ୍ଧରେ ଚାଇନା ବିଶ୍ୱକୁ ଡରେଇ ଦେଲା |


ଆମେରିକା ନୁହେଁ ଶ୍ରେଷ୍ଠ ଶକ୍ତିଶାଳୀ ଏବେ ପଡ଼ିଗଲା ଜଣା,

ଇଟାଲୀର ସ୍ୱାସ୍ଥ୍ୟ ବ୍ୟବସ୍ଥା ଦୁର୍ବଳ କରୋନାରେ ବାଟବଣା |


ବାବାଜୀ ଜ୍ୟୋତିଷ ଗୁରୁଜୀ ତାନ୍ତ୍ରିକ ହୋଇଲେ ସବୁ ଅକାମି,

ବିପଦ ବେଳକୁ ଲୁଚିଲେ କୁଆଡ଼େ ଜଣା ପଡ଼ିଲା ଭଣ୍ଡାମୀ |


ବିନା କାମରେ ବି ଘରେ ରହି ହୁଏ ଘରୁ କାମ କରି ହୁଏ,

ବିନା ବିଚାରରେ ଜେଲ ଭିତରୁ ଅପରାଧୀ ମୁକ୍ତି ପାଏ |


ପୁରୁଷମାନେ ବି ରୋଷେଇ କରନ୍ତି ପତ୍ନୀ ସଂଗେ ହାଣ୍ଡିଶାଳେ,

ଭଲ ମଣିଷ ବି ଅନେକ ଅଛନ୍ତି ଖଟନ୍ତି ବିପଦ ବେଳେ |


ଡାକ୍ତରଖାନାର କାମ ଦେଇପାରେ ଭଡ଼ାଘର ବିଦ୍ୟାଳୟ,

କାହାକୁ ନ ଛୁଇଁ ହାତ ନମିଳାଇ ଦେଇହୁଏ ଆତିଥେୟ |


ପରିବାର ଲୋକେ ଛୁଇଁବେନି ଶବ ଚାହିଁବେନି ମୁହଁ ତା'ର,

ଅଳପ ଲୋକରେ ବିନା ରୋଷଣିରେ ହୋଇପାରେ ବାହାଘର |


ଦାଣ୍ଡରେ ରାସ୍ତାରେ ଉଦଣ୍ଡ ନାଚର କିଛି ଦରକାର ନାହିଁ,

ଭୋଜିକୁ କେବଳ ନିଜ ଘରଲୋକ ଆସିବେ ଖାଇବା ପାଇଁ |


ଗାଡ଼ି ନଚାଲିଲେ ଯାଇ ଆସିହୁଏ ସବୁଚିଜ ମିଳେ ଘରେ,

ପରିବାର ଛାଡ଼ି କରେଣ୍ଟାଇନରେ ରହିହୁଏ ଏକାନ୍ତରେ |


ପେଟ୍ରୋଲର ମୂଲ୍ୟ ବଢୁଥାଉ ଯେତେ କିଣିବାକୁ ପଡୁନାହିଁ,

ନିଜବୃତ୍ତି ଛାଡ଼ି କେତେକ ପରିବା ଦୋକାନୀ ଗଲେଣି ହୋଇ |



Rate this content
Log in