STORYMIRROR

Prafulla Chandra Mishra

Others

4  

Prafulla Chandra Mishra

Others

କରୋନା ରୁ ରଖ ମହାବାହୁ

କରୋନା ରୁ ରଖ ମହାବାହୁ

1 min
22.6K


ଦେଖ ଦେଖ ଜଗନ୍ନାଥ ତୁମ ସଂସାର

ଗଢି ଅଛ ଯାହାକୁ ହେ ହାତେ ତୁମର

ଦେଖ ଦେଖ ଜଗନ୍ନାଥ ତୁମ ସଂସାର ।।


ପଡି କରୋନା କବଳେ,  ସରି ଯାଉଅଛି ହେଳେ

ବିଶ୍ଵ ଆଜି ଆତଙ୍କିତ,ମଣିଷ ମରଣ କୋଳେ,

ଦେଖି ନପାରୁଛ ସୃଷ୍ଟି ହେଉଛି ଯୁର, ଦେଖ ଦେଖ ଜଗନ୍ନାଥ ତୁମ ସଂସାର ।।


ଜାଣି ଶୁଣି ଅବା ତୁମେ, ବସିଅଛ ପୁରସ୍ତମେ

କେମିତି ସହୁଛି ଦେହ,ଚାହିଁଛ ପ୍ରଭୁ ମଉନେ,

ତୁମ ମଉନତା ପ୍ରଭୁ କରେ ଅଧିର, ଦେଖ ଦେଖ ଜଗନ୍ନାଥ ତୁମ ସଂସାର ।।


କି ଅବା ସାଧୁଛ ଦାଉ, ବିଶ୍ଵପତି ମହାବାହୁ

ମରଣ କୋଳେ ମଣିଷ,ଯେବେ ତୁମେ‌ ଥାଉ ଥାଉ,

ତୁମ ନାମେ ଲାଗିଯିବ କଳଙ୍କ ଗାର, ଦେଖ ଦେଖ ଜଗନ୍ନାଥ ତୁମ ସଂସାର ।।


କରୋନା ମହାମାରୀ, ଅସ୍ଥିର କଲାଣି ଭାରି

ନିର୍ଦ୍ଦେଶେ ସୁଦର୍ଶନ,ଦିଅ ଏବେ ପଠିଆଇ,

ଛେଦି ଦେଉ ମହାପ୍ରଭୁ କରୋନା ଶିର, ଦେଖ ଦେଖ ଜଗନ୍ନାଥ ତୁମ ସଂସାର ।।


ଲକ୍ଷ ଲକ୍ଷ ମଣିଷର, ରଇ ନିଆଁରେ ଶରୀର

ମଡ଼ା ପୋଡ଼ା ବିକଟାଳ,ଗନ୍ଧ ବ୍ୟାପେ ଚରାଚର,

ଲୁପ୍ତ ସଉରଭ ଝୁଣା,ଘିଅ ଦୀପର, ଦେଖ ଦେଖ ଜଗନ୍ନାଥ ତୁମ ସଂସାର ।।


ଦୁଃଖ ସାଗରେ ପଡିଛି, ଆକୁଳେ ପ୍ରଭୁ ଡାକୁଛି

ବିଶ୍ଵ ବିପତ୍ତି ବେଳରେ,ତବ ଶରଣ ପଶୁଛି,

ପ୍ରଫୁଲ୍ଲ ମିନତୀ ଘେନି ‌ହେ ରମା ବର, ଦେଖ ଦେଖ ଜଗନ୍ନାଥ ତୁମ ସଂସାର ।।



Rate this content
Log in