STORYMIRROR

ତାରାପ୍ରସାଦ ଜେନା

Others

3  

ତାରାପ୍ରସାଦ ଜେନା

Others

କରୋନା ରୋଗର ପାଲା

କରୋନା ରୋଗର ପାଲା

1 min
277

ଭାଇ ଚାଲଛିରେ ବିଶ୍ବ ଦରବାରେ

କରୋନା ରୋଗର ପାଲା

କରୋନା ରୋଗକୁ ଦୂରୁ ଜୁହାରିକି

           ଘରରେ ରହିବା ହେଲା


ମୁଖରେ ମାସ୍କକୁ ପିନ୍ଧିକି ସହଜେ

ସଙ୍ଗର ରୋଧକୁ ମଣ

ପ୍ରଶାସନ କଥା କାନକୁ ଦେବାଟି

ଛାଡ଼ିବା ବୁଲିବା ଗୁଣ

ଶୃଙ୍ଖଳାକୁ ଜମା ଭାଙ୍ଗିବାନି କେହି

          ଚାଲିଛି ପୋଲିସ୍ ହାଲ୍ଲା


ବାଟ ହାଟ ଯେତେ ସମୂହ ଜାଗାକୁ

ସଫେଇ ରଖିବା ଧ୍ୟାନ

ସଫେଇ କର୍ମୀଙ୍କୁ ଉତ୍ସାହିତ କରି

ବୁଝିବା ତାଙ୍କରି ମନ

ମଇଳା ରହିଲେ ରୋଗଟା ବଢ଼ିବ

           ଖବର କିଏସେ ମଲା


ଡାକ୍ତରବାବୁଙ୍କ ପରାମର୍ଶ ନେଇ

ରୋଗକୁ ପାରିବା ତଡ଼ି

ସାବୁନ୍ ପାଣିରେ ହାତକୁ ଧୋଇବା

ସତରେ ଘଡ଼ିକୁ ଘଡ଼ି

ଦିନ ରାତି ଏକ ସେବକ ମଣିଷେ

          ପ୍ରଶଂସା ରଖିବା ଭଲା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍