STORYMIRROR

Ajit Kumar Raut

Others

3  

Ajit Kumar Raut

Others

କରୋନା ପ୍ରକପ ଅତି ଭୟଙ୍କର

କରୋନା ପ୍ରକପ ଅତି ଭୟଙ୍କର

1 min
259

ଦେଶେ ପଡି ଅଛି କରୋନା ପ୍ରକୋପ 

ଏହାକୁ ଦୂରେଇ ଦିଅ          

ବାଧିତ ହେଉଛି ଶିକ୍ଷାର ସଂସ୍ଥାନ

ସଂକଟ ଦୂରେଇ ଦିଅ।୧।

ଜଗତର ନାଥ ଜୟ ଜଗନ୍ନାଥ

ଭଜୁଛନ୍ତି ଦିନ ରାତି

ଏହି ମହାମାରୀ ଦୂର କରି ଦିଅ                  

କର କୄପା ତାଙ୍କ ପ୍ରତି।୨।

ଦେଶ ସାରା ଆଜି ହୁରି ପଡୁ ଅଛି

ବଡ ଭୟଙ୍କର ଏହି

ଦୁଇ ଗଜ ଦୂରୀ ମାସ୍କ ପିନ୍ଧି ଜନେ

କରନ୍ତି ପାଳନ ଏହି।୩।

ସବୁ ବେଳେ ହାତ ଧୋଉ ଛନ୍ତି ଜନେ

ଦୁଖରେ ଅଛନ୍ତି ସେହି

ଘୋର ବିପଦରୁ ପାରି କର ତାଙ୍କୁ

ସଙ୍କଟ ନ ରହୁ ଏହି।୪।

ଭକ୍ତଙ୍କର ଦୁଃଖ ପାରି କର ତୁମେ

ଶାସ୍ତ୍ରେ ପଢି ଅଛୁ ଆମେ

ଘୋର ବିପଦରୁ ସୁଦୟା କରିଣ

କୄପା କର ପ୍ରଭୁ ତୁମେ।୫।

ଦେଶେ ପଡି ଅଛି କରୋନା ପ୍ରକୋପ

ଏହାକୁ ଦୂରେଇ ଦିଅ

ବାଧିତ ହେଉଛି ଶିକ୍ଷାର ସଂସ୍ଥାନ

ସଂକଟ ଦୂରେଇ ଦିଅ।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍