STORYMIRROR

Suresh chandra Padhy

Others

3  

Suresh chandra Padhy

Others

କରୋନା ମଣିଷ ପାଇଁ ଅଭିଶାପ

କରୋନା ମଣିଷ ପାଇଁ ଅଭିଶାପ

1 min
242

କରୋନା ଆସିଛି ସାରା ବିଶ୍ୱ ପାଇଁ

ସବୁ ମଣିଷ ପାଇଁ

ଅଭିଶାପ ଯାଇଛି ହୋଇ

କରୋନା ଆସିଛି ଘାତକ ସାଜି

ଯିଏ କାଲି ଥିଲା ଦୁନିଆରୁ ଯାଇଛି ଆଜି

କରୋନା କାହା ପାଇଁ ଅଭିଶାପ ପାଲଟିଗଲା

କେତେ ଜୀବନ ନେଇ ସଂସାର ଭାଙ୍ଗି ଦେଲା

କେତେ ପିଲାଙ୍କୁ ଅନାଥ କରିଦେଇ ଗଲା

ଦୁଃଖ ବୁଝିବାକୁ କେହି ପାଖକୁ ନ ଆସିଲା

କଳା ବାଦଲ ପରି କରୋନା ମାଡି ଆସିଲା

ଛାତିରେ କୋହ ଆଖିରେ ଲୁହ ସଭିଙ୍କର ଭାରି ଦେଲା

ଯିଏ ଥିଲା ଅତି ଆପଣାର କରୋନା

ପାଇଁ ସେ ପର ହୋଇ ଗଲା

ଏମିତି ଏବେ ଦିନ ଆସିଲା ଶବ ଛୁଇଁବାକୁ ଶ୍ମଶାନକୁ ନେବାକୁ

କିଏ ପାଖକୁ ନ ଆସିଲା

ଶ୍ୱାସ ରୁଦ୍ଧ ହୋଇ କାହାର ଜୀବନ ଚାଲିଗଲା

ଜୀବିକା ହରାଇ କିଏ ଅଭାବରେ ଦିନ କାଟିଲା

କରୋନା କାହା ପାଇଁ ଅଭିଶାପ ଏମିତି ହେଲା

ପେଟ ପାଇଁ ମୁଠାଏ ଭାତ କାହାକୁ ନ ମିଳିଲା

ପାଠ ପଢାରେ ବାଧକ ସାଜିଲା

କରୋନା ପାଇଁ ଜୀବନ ଜୀବିକା ପ୍ରଭାବିତ ହେଲା

ଯାନବାହାନ ସବୁଠି ବନ୍ଦ ହୋଇଗଲା

ଗୃହବନ୍ଦୀ ହୋଇ ମଣିଷ ରହିଲା

କରୋନା ମଣିଷକୁଭୟ ଭୀତ ଏମିତି କରିଲା

ଘରୁ ବାହାରିବାକୁ ଭୟ ଲାଗିଲା


କରୋନା ବିପତ୍ତି ସାରା ଜଗତରୁ ଯାଉ

ହେ ମହାପ୍ରଭୁ ଏତିକି ତୁମର କରୁଣା ହେଉ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍