କରୋନା ହାରିବ ଦେଶ ଜିତିବ
କରୋନା ହାରିବ ଦେଶ ଜିତିବ
ମୁନୁଷ୍ ଜୀବନ କେ କରୁଛେ ଛଟପଟ
କରୋନା ଦେଖତ ଭାଇ,
କେତେ ରୁବାବ୍ ଦେଖେଇ ହେଉଛେ
ବାହାର୍ ଦେଶୁ ଆଇ ।
କେତେ ରୋଗ୍ ବେମାର୍ ଗଲେନ ହାରି
କରୋନା ମାରସି ବାହାଦୂରି,
ବାହାରୁ ଆସିକରି, ଆମର୍ ଦେଶେ
କରୁଛେ କେତେ ଦାଦାଗିରି ।
ନାଇଁ ଜାନି ସେ ଆମର୍ ଦେଶର୍ ଏକତା
ଆମେ ହେଉ ଜଗତଜିତା,
କରୋନା ତୋର୍ ଫୁଟାନି ଭଙ୍ଗେଇ ଦେମୁ
ତୋର୍ ଜଲେଇ ଚିତା ।
ଆମର୍ ବୀର୍ ଯୁନ୍ଧାମାନେ ଅଛନ୍ ଲଢି
କରୋନା ହରାମୁ କହି,
ସବୁ ବଲ୍,ବଫୁ ଲଗେଇ ଦେଇଛନ୍
ଦେଶ ଜିତିବା କହି ।
କେତେଦିନ୍ ଆଉଁ ହେବୁ କରୋନା କାଲ୍
ତୋର୍ ବି ବାହାରିବା ଝାଲ୍,
ସମିଆଁ ଆଉଛେ ଟିକେ ରହିଥା ଟାକି
ତୋରି ବି ଆଉଛେ କାଲ୍ ।
କରୋନା ହାରବା ଦେଶ ଜିତିବା
ମାହାପୁରୁ ହେବେ ସାହା,
ଭାରତ୍ ଦେଶ୍ ଆର୍ ଥରେ ହସବା
କରୋନା ହେବା ସ୍ବାହା ।
