କରୋନା ଭାଇରସ
କରୋନା ଭାଇରସ
କ ‐ କଳିଯୁଗ କାଳ ଅବତାର ନେଇ
ଆସିଅଛି ଧରା ପୃଷ୍ଠେ
ନାଶି ନେବି ପାପୀ ପାରିବନି ରୋକି
ସଢୁଥିବ ଛଟପଟେ
ରୋ ‐ ରୋକି ନପାରିଲା ଚାଇନା ଯେ ମୋତେ
ଦେଶୁ ଦେଶ ଯାଏ ବୁଲି
ପାପି ମାନଙ୍କର ରକତରେ ମୁହିଁ
ଖେଳିବା ପାଇଁ ଯେ ହୋଲି
ନା ‐ ନା ମାତ୍ରକେ ମୋର ମନେ ଆସେ ଭୟ
ଚିତ୍କାର କରନ୍ତି ଖାଲି
ପାପ କର୍ମ ଛାଡି ସତ୍ କର୍ମ କଲେ
ଯିବି ମୁହିଁ ଧିରେ ଚାଲି
ଭା ‐ ଭାବିବାକୁ ବେଳ ଟିକିଏ ବି ମଧ୍ୟ
ଦେବି ନାହିଁ ଆଉ ଜମ୍ମା
ଦେହେ ପଶି ଯାଇ ତୁମରି ମୁହେଁ ଯେ
ବୁଲାଇବି କଳାକନା
ଇ ‐ ଇମୋସନାଲ୍ ସାଥେ ବ୍ଲାକ୍ ମେଲ୍ ଯେ
କରୁଥିବି ଯାଇ ମୁହିଁ
କାଳଯମ ସାଥେ ତୁମକୁ ଯେ ସବୁ
ଭେଟ କରାଇବି ନେଇ
ର ‐ ରଙ୍ଗ ସବୁ ତୁମ ଛଡେଇବି ଏବେ
ଭାଙ୍ଗିଦେବି ସବୁ ଦମ୍ଭ
କ୍ଷଣକ ମଧ୍ୟରେ ଚୂନା କରିଦେବି
ସମସ୍ତଙ୍କ ମତ୍ତ ଗର୍ବ
ସ ‐ ସହଜେ ସୁଧୁର ମଣିଷ ସମାଜ
ବେଳଟା ଗଲାଣି ବଳି
ଧାନ ସହ ସବୁ ବାଳୁଙ୍ଗାକୁ ମଧ୍ୟ
ନେଇଯିବି ସାଙ୍ଗେ ତୋଳି
