STORYMIRROR

Priyabrata Mohanty

Children Stories Tragedy Inspirational

4  

Priyabrata Mohanty

Children Stories Tragedy Inspirational

କରୋନା (ଭାଗ-୯)

କରୋନା (ଭାଗ-୯)

1 min
241

ଖୁଚୁରା ବେପାରୀ     ଏଣୁ ତେଣୁ ଧରି

କରୁଥିଲା ଯେ ବେପାର,

ଯାହା ମିଳୁ ଥାଏ     ଘର ଚଳିଯାଏ

ନଥିଲା କିଛି ଉଧାର ।।


ତାଲାବନ୍ଦୀ ପରେ     ଗୃହେ ବନ୍ଦୀ ହୋଇ,

ହାରି ଅଛି ରୋଜଗାର,

ସୀମିତ ଧନରେ     ଯେମିତି ସେମିତି

କାଳ କାଟେ ପରିବାର ।।


ଘର କରିଥିଲେ     ଖରଚ ଅନେକ

କିଏ ବା ବୁଝିବ କାହିଁ,

ଖାଲି ଭାତ ଖାଇ     ବଞ୍ଚି କି ହେବ

ସଞ୍ଚୟ ଆଉ ଯେ ନାହିଁ ।।


ଉଦ୍ଦୀପନା ହୀନ     ଜ୍ଞାନ ବୁଦ୍ଧି ଶୂନ୍ୟ

ଦିଶୁ ନାହିଁ ଆଉ ବାଟ,

କ୍ଷୀଣ ଆଭା ସାଥେ     ଜଳେ ମନ ବତୀ

ଅସହ୍ୟ ଉଦର ନାଟ ।।


କରୋନାର ଛାଟ     ଭୁତାଣୁର ଚୋଟ

ଭାଙ୍ଗିଛି ଆର୍ଥିକ ଖୁଣ୍ଟ,

ଘୋଷଣାର ହାଟ     ବ୍ୟବସ୍ଥାରେ ଫାଟ 

ଶ୍ମଶାନେ ବାଜୁଛି ଘଣ୍ଟ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍