କରୋନା ବେମାର୍'କେ ହରେଇ
କରୋନା ବେମାର୍'କେ ହରେଇ
କରୋନା ବେମାର୍'କେ ହରେଇ ଦେତି
ତତେ ଘାଏଁ ଦେଖି ଆଏତି,
ମାଁ'ଗୋ ତୋର୍ ପାଖେ ବସି
ଦୁଇପଦ୍ କଥା ହେତି ।
ଆଏଜ୍ କିଛି ଭଲ୍ ନାଇ ଲାଗବାର୍
ମାଁ ତତେ ଖୁଜା ଲାଗୁଛେ,
ତୋର୍ କୁଲେ ଟିକେ ସୁଇ ପଡ୍'ତି
ହେନ୍ତା ଲେଖେ ଲାଗୁଛେ ।
ଭାଗି ଯାଏତି କାମ୍'ବୁତା ଛାଡି
ମାଁ'ଗେ ପାସ୍'କେ ଦଉଡିକରି,
ଗେଲଟିକେ କରିଦେତୁ ମତେ
ପନତ୍'କାନୀ ଉଢେଇକରି ।
ଛଏରା ତଲେ ଢାପି ରଖ୍'ତୁ
ସୁଆଦ୍ ସୁଆଦ୍ କଥା କହି,
ତୋର୍ ହାତେ ଖୁଏଇ ଦେତୁ
ମୋର୍ ସୁନାଧନ୍ ଖାଏଦେ କହି ।
ବଡାଦିନ୍ ହେଲାନ ନୁହେ ଦେଖେ
ମାଁ'ଗୋ ତୋର୍ ସୁନ୍ଦରୀ ଚେହାରା,
ରହି ନାଇ ହେବାର ଆଏଜ୍ କେନ୍ତା ଯେ
ଲାଗୁଛେ କେତିନି କେତେ ନୁରା ।
ତତେ ସୋର୍ କରି,କରି ମାଁ'ଗୋ
ଆଖିର୍ ଲୁହୁ ଯାଉଛେ ଝରି,
ତୋର୍ ପାକ୍'କେ ଯିବାର୍'କେ ଚାହୁଛେ
କରୋନା ବେମାର୍'କେ ହରେଇ କରି ।
