କରୋନା ବାହାଘର
କରୋନା ବାହାଘର
1 min
244
ପଣ୍ତିତ ପଢୁଛି ମନ୍ତ୍ରକୁ ଯନ୍ତ୍ରରେ
କରୋନା କରୋନି ବିବାହ ଦେଖି
ଠେଙ୍ଗା ଧରି କୋରନି ଫୁଲ ମାଳ ଢାଳେ
ଫୋଟକୁ ଦେଖି ମୁଁ ଦେଉଛି ଲେଖି
କାଶ ଛିଙ୍କ ଥଣ୍ତା ଜ୍ୱର ସବୁ ଯିବେ
ବରଯାତ୍ରୀ ହୋଇ ଶଶୁରଘର
କରୋନା କରୋନି ବିବାହକୁ ଦେଖି
ଆତ୍ମା ଯେ ଲଭିବ ସରଗପୁର
ମଲାଘର ଭୋଜି ସରକାର ଖଞ୍ଜି
ଅଫୁଟା ଅସିଝା ବାଣ୍ଟିବେ ଘରେ
ସରପଞ୍ଚ, ସଭ୍ୟ ବୋଲକରା ହେବେ
ତାଙ୍କର ଭାଉ କହିଲେ ନ ସରେ
ଚାମଚା ମାରିବେ ଭୋଜନର ମଜା
ଲୋକ ଖାଉଥିବେ ଏକାନ୍ତବାସେ
କୋରନା କରୋନି କୋଳାକୋଳି ହେବେ
ସୁଖ ସଉଦାର ହନିମୁନ୍ ରସେ
