STORYMIRROR

RUKEYA JABEEN

Others

3  

RUKEYA JABEEN

Others

କ୍ରୋଧର ନିଆଁ

କ୍ରୋଧର ନିଆଁ

1 min
532

କ୍ରୋଧର ନିଆଁରେ ଜଳୁଛ ବର୍ଷ ବର୍ଷ ପାଇଁ,

ଅତୀତ ଯେ ଗଲାଣି ଆଉ ଫେରିିବ ନାହିଁ,

'ବର୍ତ୍ତମାନ' ଚାଲିଛିି ଜ୍ୱଳନର ଉତ୍ତାପେ ପାଉଁଁସ ହୋଇ,

ଭବିଷ୍ୟର ଆକଳନ କରିବାର ଉତ୍ସାହ କାହିଁ,

କୁହୁଳୁଛି କ୍ରୋଧ ଦିନ ରାତି ହୁତାଶର ମୁହଁ ଚାହିଁ ।


ଜୀବନର ପଦ ଯାତ୍ରା ନୁହେଁ ତ ସର୍ବେ ସମାନ,

ପ୍ରତାରଣା, ଛଳନାର ବୀଜ ସବୁଠି ବିିିରାଜମାନ,

ଏଡ଼ାଇ ଯିିିବାକୁ ହୁଏ ତାହାକୁ ନେଇ ଦୃଢମନ,

ଶକ୍ତ ରଖି ପାଦ କରିିିବାକୁ ହୁଏ କଣ୍ଟକ ପଥ ଦମନ,

ଆଗେଇ ଯିବାକୁ ହୁଏ ଭୂଲି ମାନ ଅଭିମାନ ।


ଯେତେଦିନ ବାନ୍ଧିିଥିବ ମନେ ବସା ରାଗରୋଷ ,

ପାରିବନି ବୁଝି ଭୁଲିଯିବାରେ ଅଛି କି ଆତ୍ମସନ୍ତୋଷ,

ନଇଁବାର ମାନେ ନୁହେଁ ସମ୍ମାନର ଉପହାସ,

ଅବା ଭାବିିିିନବା ନିଜକୁ ଦୋଷୀ ବା ଭାଗିଦୋଷ ,

ସମ୍ପର୍କର ସ୍ଥିତି ଖୋଜେ ଆତ୍ମିୟତାର ସ୍ପର୍ଶ ।


କି ଲାଭ ସେ ଅହଂକାର ଯାହା ନିଜକୁ ଜାଳିିିଦିଏ,

ଭାବିଦେଖ ଏଇ କ୍ରୋଧ ଦିଏ କେତେ,

କେତେ ପୁଣି ଛଡେଇ ନିଏ ସିିଏ,

ଘଡିକର ଯୋଗ ବିିୟୋଗ ଉଡେଇ ଦବ ନିଦ,

କରି ଦେଖ ହିିିସାବ ହାରେ କିଏ ଜିତେ କିଏ ।


ସାରା ସଂସାର ଦହନରତ ଏଇ କ୍ରୋଧର ଅଗ୍ନିିିଶିଖାରେ,

ବନ୍ଧା ପଡ଼ିଛି ତରୁୁୁମନ ଅଦୃଶ୍ୟ ଶକ୍ତି ହାତରେ,

ଭୂଲି ହିତାହିତ ଜ୍ଞାନ ସୁୁୁଖି ସେ ଦାନବିକତାରେ,

ସତ୍ ଚିନ୍ତା ମାନବିକତା କଳଙ୍କିିର ଶିଖରେ,

ଆଖି ଦେଖୁୁୁଛିି ସବୁ କିନ୍ତୁ ଦୃଷ୍ଟିହରା ଭିତରେ ।


ଭୂଲିଦେଖ ଥରେ ଅତୀତର କଳୁୁଷିତ ସମୟକୁ,

ଉଦିତ ହେବାକୁ ଦିଅ ମନେ ସକାରାତ୍ମକ ଚିିନ୍ତନକୁ,

ଉଡ଼ି ଯିବାକୁ ଦିଅ ଡେଣାଛାଟି ବନ୍ଦୀ ମନକୁ,

ଶ୍ୱେତ ଗଗନର ଶୁଦ୍ଧ ପରିବେଶରେ ହସିବାକୁ,

ଆପେ ହଟିିିିଯିବ କଳା ଛାଇ ରଙ୍ଗୀଯିିବ ଜୀବନକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍