STORYMIRROR

Chittaranjan Nanda

Children Stories

4  

Chittaranjan Nanda

Children Stories

କ୍ରୋଧ ହଜାଏ ହିତାହିତ ଜ୍ଞାନ

କ୍ରୋଧ ହଜାଏ ହିତାହିତ ଜ୍ଞାନ

1 min
550


ପ୍ରଚେତା ଋଷିଂକ କଥା ଜାଣି ପାରିବ

ଅଥର୍ବ ବେଦରେ

ଦକ୍ଷ ବୈଜ୍ଞାନିକ ଥିଲେ ସେ ସମୟେ 

ମନ୍ତ୍ର ବିଦ୍ଯାରେ ।।


ତାଙ୍କର ଗୋଟିଏ ଦୁର୍ଗୁଣ, ସେ ଅତ୍ୟନ୍ତ 

କ୍ରୋଧୀ ଥିଲେ

ଥରେ କଲ୍ୟାଣ ପାଦ ପ୍ରଚେତାଙ୍କୁ

ବାଟରେ ଦେଖିଲେ ।।


କଲ୍ୟାଣ ପାଦ ପ୍ରଚେତାଙ୍କ ପଥ 

ଦେଲେ ରୋଧୀ

ଜମା ଛାଡିଲେନି ବାଟ ଥିଲା ତାଂକର

ଭାରୀ ଜିଦି ।।


ପ୍ରଚେତା କହିଲେ "ରାକ୍ଷାସ ହୋଇ ଯା 

ତୁହି କଲ୍ୟାଣ ପାଦ।"

ହୋଇ ରାକ୍ଷସ ଖୋଜି ନରମାଂସ କଲେ

ପ୍ରଚେତା ଋଷିଙ୍କ ଶ୍ରାଦ୍ଧ ।।


ଏଥିରୁ ପିଲାଏ, ଶିଖିଲେ କ୍ରୋଧଟାକୁ ସର୍ବଦା

କର ନିୟନ୍ତ୍ରଣ 

କ୍ରୋଧ ଅତି ମାରାତ୍ମକ, ସେ ସମୟେ ହଜିଯାଏ 

ହିତାହିତ ଜ୍ଞାନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍