STORYMIRROR

Prasanta kumar Hota

Others

2  

Prasanta kumar Hota

Others

କରନ୍ତି କି ଟିକେ ପ୍ରେମ

କରନ୍ତି କି ଟିକେ ପ୍ରେମ

1 min
538


ଭାବନା ଆସୁଛି ମନରେ ମନରେ

କରନ୍ତି କି ଟିକେ ପ୍ରେମ

ଭାଲୃଣ୍ଟାଇନ ଡେ ଦିଅନ୍ତା କି ମୋତେ

ଭଲ ପାଇବାର ଦିନ


ହୁଅନ୍ତା ଏମିତି ଦେଉଥାନ୍ତ ତୁମେ

ନେଉଥାନ୍ତି ମୁହିଁ ବସି

ଢାଳୁଥାନ୍ତ ତୁମେ ପ୍ରେମର ପିଆଲା

ତୃଷ୍ଣା ଯାଉଥାନ୍ତା ଖସି।


ମେଣ୍ଟିଯାନ୍ତା ତୃଷ୍ଣା ହୃଦୟୁ ମୋହର

ପ୍ରେମ ବୃଷ୍ଟି ପାଇ ପାଇ

ଦେଖୁଥାନ୍ତା ସିଏ ଦେଖୁଥାନ୍ତି ମୁହିଁ

ପ୍ରୀତି ପରସ୍ପର ହୋଇ।


ହେବ କି ଜାଗ୍ରତ ପ୍ରେମ ମୋ ପାଖରେ

ସ୍ଥୂଳ ତନୁ ଆଶ୍ଳେଷରେ

ଉଛରିତ ହୁଏ ହୃଦୟରୁ ଧ୍ଵନି

ପାଇବାକୁ ପ୍ରେମ ବାରେ


ପ୍ରେମ ତ ଶାଶ୍ଵତ ନୁହେଁ ସେ ପତିତ

ପ୍ରେମ ପବିତ୍ର ବନ୍ଧନ

ଅତଳ ଗଭୀର ପରି ସେ ସାଗର

ସର୍ବେ ହୋଇଥାନ୍ତି ଲୀନ


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍