କର୍ମର ଫଳ
କର୍ମର ଫଳ
କର୍ମର ଫଳ ମିଲେନି ସେମିତି
ଭାଗ୍ୟରେ ବି ତାହା ବନ୍ଧା
ସାଉଁଟି ରଖିବ ଯେତେ ଯତନରେ
ସରିବନି ଜମା ଅଧା
ଜୀବନେ ଯେତିକି ଧନ ଅରଜିଲେ
କି ସୁଖ ସେଇ ସ୍ନେହର
ପାଇବକି ସେଇ ଗାଆଁ ର ପ୍ରେମକୁ
ଯେତିକି ଥିଲ ନିଜର
ବଡ ଘର ନୁହଁ ସୁଖର ସଂସାର
ବଡ ଗାଡ଼ି ନୁହେଁ ଖୁସି
ହୃଦୟରୁ ଯେବେ ବୋଝ ବିନା ହସ
ବାହାରି ଯିବ ଝଲସି ।
ଖୁସିର ଠିକଣା ପାଇଯିବ ସେଠି
ବିନା ଖୋଜି ଆନନ୍ଦରେ
ସେଇ ଖୁସି ଏକା ଅମୃତ ସମାନ
ଜାଣି ରଖ ଜୀବନରେ ।
ଛାତ ଘର କିମ୍ଵା ବଡ଼ ଗାଡ଼ି ଟିଏ
ଥାଉ ଯାହାରି ପାଖରେ
ଖରା ଝାଞ୍ଜି ସେଇ ସମୟ ମଧ୍ୟରେ
ଶାନ୍ତି ମିଲେ ଗଛ ତଳେ ।
ସେଥି ପାଇଁ କେବେ ଜୀବନ ମଝିରେ
ଗର୍ବ କରନାହିଁ ଜମା
ହୃଦୟରେ ଯିଏ ଧନୀ ହୋଇଥାଏ
ନ ଥାଏ ତାହାରି ସୀମା ।
