STORYMIRROR

Shiba Charan Mahapatra

Others

3  

Shiba Charan Mahapatra

Others

କର୍ମବୀର

କର୍ମବୀର

1 min
321



ହଁ ..ହଁ ..ମୁଁ ଆଜି ଦଳିତ
ତୁମ ଫିଙ୍ଗା ଟୁକୁରା ଆଶା କରି କରି
ନିଃସ୍ପେସିତ.. ଅବହେଳିତ..
ପେଟ ଭୋକ ପାଇଁ ମାଗୁଛି ଭିକ
ଛିଡି ଯାଆନ୍ତାନି ମୋ ଦୁଇ ହାତ..

ବଳବୀର୍ଯ୍ୟ ଯେବେ ଖେଳେ ଯୁଆର
କାହିଁକି କେଯାଣି କରେ ଜୁହାର
ମଥା ପାତି ସବୁ ସହିବା ଆଗରୁ
ସଜାଡି ନେବି ମୋ ଭଙ୍ଗା ସଂସାର ...

ଜୀ.. ହାଁ.. ହଜୁର.. ରେ କଟା ନା ଦିନ
ଏମିତି ଜୀବନ ସ୍ୱାନ ଠୁ ହୀନ
ଦଲକାଏ ପବନ ପିଇଯା ବସି
ଉଧାରି ଆଣନା ଶୀତ ଚୁମ୍ବନ ...

କହୁଥିଲେ ଦିନେ..
ଚାଷ ତଳେ ବାସ ନିତି ବରଷ
ଚଷା ପୁଅ ଚାଷ ଦିଏ ହରଷ
କି ଦିନ ହେଲା କାଗଜ କଲମେ ଲଙ୍ଗଳ ଚଲା
ଶାଢୀ ପିନ୍ଧିଲେ କି ସବୁ ପୁରୁଷ ...

ସବୁପରେ..
ମଣିଷ ଟେ ବୋଲି ଗର୍ବ ତୁ କର
ପଣସ ସାଜି ପିଠି ଦେଖାନା ତୋର
ନିଜ ହାତେ ନିଜ ଭାଗ୍ୟ ଲେଖିଯା
ଜନ୍ମ ରେ ନୁହେଁ ତୁ କର୍ମ ରେ ବୀର...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍