କର୍ମାନୁସାରେ ଫଳ ପାଇବ
କର୍ମାନୁସାରେ ଫଳ ପାଇବ
1 min
396
ମିଛ ଖେଳିବାକୁ ଯେବେ ତୁମ ଇଛା
ମିଛ କୁ ତ ଥରେ ପଚାର
ମିଛ ଦୁନିଆରେ ମିଛ କାହାଣୀରେ
ମିଛରେ ଚାଲିଛି ସଂସାର ।
ମିଛ ଆଜି ଏଠି ବିକ୍ରି ହୋଇଯାଏ
ସତ ଏଠି ବନ୍ଧା ପଡିଛି
ସତ କଥାଟିଏ କହୁଅଛି ବନ୍ଧୁ
ମିଛରେ ଦୁନିଆଁ ଚାଲିଛି ।
ଏଇଦୁନିଆଁରେ ସବୁତ ମିଛ
ମିଛ ଖେଳ କିଆଁ ଖେଳିବ
ସତ କଥା ଗୋଟେ ଯଦିକିଏ କହେ
ମିଛ ବୋଲି ତାକୁ କହିବ ।
ଜନମ ବି ସତ ମରଣ ବି ସତ
ଏଇକଥା ମନେ ରଖିବ
ସତ ପଥରେ ଜୀବନକୁ ନେଲେ
ଜୀବନ ସରଳ ହୋଇବ ।
ମିଛ ଥିଲେ ବି ସତ ବି ଅଛି
ଏ କଥାକୁ ଟିକେ ହେଜିବ
ମିଛ ସତ ରେ ଦୁନିଆଁ ଚାଲିଛି
କର୍ମାନୁସାରେ ଫଳ ପାଇବ ।
