Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Simant Kumar Nanda

Others

4  

Dr Simant Kumar Nanda

Others

କର୍ମ

କର୍ମ

1 min
226


କର୍ମ ବଡ଼ ଅବା, ଭାଗ୍ୟ ଅଟେ ବଡ଼,

ସଦା ରହିଅଛି ଦ୍ଵନ୍ଦ,

ନିଜେ ବିଚାରିବା, ମତ୍ତି କୁ ମଜ୍ଜାଇ,

ଏ ଦୁଇ ଭିତରେ ଭେଦ।


କର୍ମର ଆବେଗେ ସୃଷ୍ଟି କରିଛନ୍ତି,

ସଭିଙ୍କୁ ବ୍ରହ୍ମାଣ୍ଡ ଅମ୍ବ

କୁମ୍ଭାକାର ଯେହ୍ନେ, ନିତି ପ୍ରତିଦିନ,

ଉତ୍ତାରଇ ନବ କୁମ୍ଭ ।


କରମ ବଳରେ ବିଷ୍ଣୁଦେବ ସିନା

ନେଇଥିଲେ ଦଶ ରୂପ,

ଜନମ ମରଣ ଅନୁଭବ କରି

ବୁଝାଇଲେ ପୂଣ୍ୟ ପାପ।


ଶ୍ମଶାନ ନିବାସୀ ମହାଦେବ ଶିବ,

ଗଳାରେ ନର ର ମୁଣ୍ଡ,

ହାତଯୋଡି ଭିକ୍ଷା ଆଚରଣ କଲେ,

ଗୃହେ, ଗୃହେ ହୋଇ ଦଣ୍ଡ।


ଦିନକର ପ୍ରଭୁ ରବି ସୂର୍ଯ୍ୟଦେବ

ଗଗନେ କରନ୍ତି ଗତି

ସେଥିପାଇଁ ସିନା, ଦୃଶ୍ୟମାନ ହୁଏ,

ଦିବସ ଉତ୍ତାରେ ରାତି ।


କର୍ମ ବଡ଼ ଅଟେ, ଭାଗ୍ୟ ନୁହେଁ ବଡ଼,

କର୍ମଟି ଜୀବନ ଭ୍ରୁଣ,

ସେ ମଞ୍ଜିରୁ ଆମ ଭାଗ୍ୟ ଗଢି ହୁଏ,

ଉଚ୍ଚକର୍ମ କର ପୁଣ।


Rate this content
Log in