STORYMIRROR

Ajay kumar Behera

Others

3  

Ajay kumar Behera

Others

କର୍ମ କରି ଯାଅ

କର୍ମ କରି ଯାଅ

1 min
352

"କରି ଯାଅ"

-------------------------------

 ଅଳସୁଆ ଭାବ

ସଦା ଛାଡ଼ରେ ପିଲେ

ଭଲ ପାଠ ପଢି

ନାଆଁ ରଖରେ ଭଲେ।୧।


ପଢ଼ା ଲେଖା ପୁଣି

ବଡ଼ ମଣିଷ କରେ

ନିତି ଜୀଉଁ ଆମେ

ନିଜ ସୂକ୍ଷ୍ମ ବିଚାରେ।୨।


ନିଜ ଜ୍ଞାନ ପୁଣି

ସାଜେ ନିଜର ବଳ

ବିପଦ କାଳରେ

ସାହା ହୁଏ କେବଳ।୩।


ବୁଦ୍ଧି ହୀନ ଯିଏ

ଅଟେ ପଶୁ ସମାନ

ପାଏ ନାହିଁ ସିଏ

କୌଣସିଠାରେ ମାନ।୪।


ଚରିତ୍ର ଶିକ୍ଷା ଯେ

ବଡ଼ ଗୁଣ ଆମର

ପାଠ ପଢି ପାଉ

ଆମେ କେତେ ଆଦର।୫।


ଦୟା ,କ୍ଷମା ଗୁଣ

ରଖି ନିଜ ଭିତରେ

କର୍ମ କରି ଯାଅ

ଭାରି ଖୁସି ମନରେ।୬।


ସତ୍ୟ,ନ୍ୟାୟ ଥିଲେ

ସଦା ନିଜ ପାଖରେ

ହାରି ଯିବ ନାହିଁ

କେବେ ଗୁରୁ ସଭା ରେ।୭।


ଲୋଭିବ ସମ୍ମାନ

ଦିନେ ସମାଜେ ତୁମେ

ଖ୍ୟାତି ଅରଜିବ

ନିଜ ନିଜର କାମେ।୮।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍