STORYMIRROR

Gelamani Pradhan

Others

3  

Gelamani Pradhan

Others

କରଜ

କରଜ

1 min
213


ହଜିଲା ଦିନର ରଙ୍ଗ ମୁଁ

ରଜନୀ ଗନ୍ଧାର ବାସ୍ନା ମୁଁ

ଏ କାନ୍ଦିବାର କାରଣ ମୁଁ

ଏ ଝୁରିବାର ପ୍ରେମଟି ମୁଁ


ଅନେକ ପ୍ରଶ୍ନ ଲୁଚି ଅଛି

ଅନେକ ରାଗ ଏବେ ଅଛି

କଷ୍ଟ ଦିଅ ମୋ ଜୀବନରେ

ବାଧା ଦିଅ ମୋ ଭାବନାରେ


ନିଜଠୁ ପର କରିବନି

ସତଟିକୁ ପଚାରିବନି

ସମୟକୁ ହିଁ ଦୋଷ ଦେବ

ମତେ କ୍ଷମା ବି କରିଦେବ


ଜାଣେ ମୁଁ ତୁମ ହୃଦୟକୁ

ବୁଝେ ବି ତୁମ ବିରହକୁ

କିଛି କଥା ଥିଲା ଆମର

କିଛି କରଜ ସୁଝା ଗାଁର


ବାଧ୍ୟ ହୋଇ ହିଁ ଯାଇଥିଲି

ଦିନ ରାତି ମୁହିଁ ଖଟିଲି

ତୁମଠୁ ଅଲଗା ବି ହୋଇଲି

ଆମ ସମ୍ମାନକୁ ବଞ୍ଚାଇଲି


କଥା କହୁନ ଯିବି ମରି

ମୁହଁ ଚାହୁଁନ ଗଲି ହାରି

ପଛ କଥା ଭୁଲି ବଢ଼ିଛ

ନିଜର କାହାକୁ କରିଛ


ଆଜି ଲାଗୁଛି ଏକା ମୁହିଁ

ନିଜକୁ ମାନୁଛି ବି ଦୋଷୀ

ଭାଗ୍ୟରେ ନୁହଁ ମୋର ଖୁସି

ଆରମ୍ଭରୁ ଅନାଥି ଆକାଶୀ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍