କରିଲେ ଆଗମନ
କରିଲେ ଆଗମନ
1 min
255
ଅନ୍ଧକାର ବକ୍ଷ ଚିରି ଅରୁଣ
ଥିରି ପାଦେ କରିଲେ ଆଗମନ।
ଲୋହିତ ଉଜ୍ୱଳ ସ୍ନିଗ୍ଧକିରଣେ
ଦରୋଟି ହସରେ ଉତ୍ସାହ ମନେ।
ଉଦୟ ହେଲେ ସେ
ଦୂରଦିଗନ୍ତରେ ଆଭା ପ୍ରକାଶେ।
ଅଳପ କିରଣେ ଛିଟ ଅମ୍ବରେ
ନାରଙ୍ଗୀ ଧବଳବର୍ଣ୍ଣ- ତେଜରେ।
ଉର୍ଦ୍ଧ୍ୱମୁଖା ହୋଇ ସ୍ତରକୁ ସ୍ତର।
ପାହାଚ ଚଢନ୍ତି ଗଗନପର।
ଆଳସ୍ୟ ଛାଡିଣ
ନିଜ ଧର୍ମ କରୁଥାନ୍ତି ପାଳନ।
ପ୍ରାଚୀ ଭାଗେ ଆହା ଅପୂର୍ବ ଛବି
ଶାନ୍ତ ସୁକୋମଳ ବାଳୁତ ରବି
ତାଙ୍କ ମୃଦୁସ୍ପର୍ଶ ଲାଭେ ଆକାଶ
ହୋଇଲେଣି ଦେଖ ନାନା ସୁବେଶ।
ହେଲାଟି ପ୍ରଭାତ
କାକ ରାବେ ଦେଖ ନିଶି ସମାପ୍ତ।
ଓଁ ଦିବାକରାୟ ନମଃ.
