STORYMIRROR

Hasyamayee Raj

Others

3  

Hasyamayee Raj

Others

କ୍ରିକେଟ୍ ଓ ସ୍ବାଭିମାନ

କ୍ରିକେଟ୍ ଓ ସ୍ବାଭିମାନ

1 min
101

କ୍ରିକେଟ୍ ର ମ୍ୟାଚ୍ ଥାଏ

ଯେଉଁଦିନ

ଭାରତ ସହ

ଅଷ୍ଟ୍ରେଲିଆ, ଇଂଲଣ୍ଡ,

ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା

ଅବା ପାକିସ୍ତାନ,

ବାପ ପୁଅ

ଦୁହିଁଙ୍କର ଆନନ୍ଦ

ମାନେନି ବନ୍ଧ ବାଡ

ଘରଟାକୁ କରିଦିଅନ୍ତି

କ୍ରିକେଟ୍ ପଡିଆ

ବାପାର ସବୁକାମ ଠପ୍

ପୁଅର ପାଠପଢା ଶୂନ୍ ।


ଟିଭିରୁ ଜମା

ହଟାନ୍ତିନି ନଜର

ସିରିଏଲ, ରିଅଲିଟି ସୋ

ସବୁ ପ୍ରୋଗ୍ରାମ୍ ବନ୍ଦ୍

ଆଉ କିଛି ସାଙ୍ଗ ସୁଖ

କରନ୍ତି ଆସି ଜଏନ,

ଆହୁରି ଜମିଯାଏ ଖେଳଟା

ଘରଟାକୁ କରନ୍ତି ଉଠାପକା

ଯଦି ଧ୍ବନି କି କୋହଲି କିଏ

ମାରିଦିଅନ୍ତି ସିକ୍ସ ଅବା ଫୋର୍

କୁଣ୍ଢେମୋଟ ହେଇଯାଏ ମନ,

ବିଷାଦର ଘନଘଟା ଛାଇଯାଏ

କେବେ ଯଦି ହେଇଗଲା

ଉଇକେଟ୍ ପତନ

ସତେ କି ଧୂଳିସାତ୍ ହେଇଗଲା

ଆମ ଗର୍ବ ଗୌରବ ଧନ ଅବା ସମ୍ମାନ ।


ସତରେ ମା ମାଟି ପାଇଁ

କି ଦରଦ, କି ଆକର୍ଷଣ,

ଏହା ଭିତରେ

କ'ଣ ବାରିହୋଇ ପଡ଼େନି

ଆମ ଦେଶପ୍ରୀତିର

ସ୍ଵତଃସ୍ପୃତ ଆବେଗ

ଓ ସ୍ୱାଭିମାନ୍ ।।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍