STORYMIRROR

Narendra Prasad Behera

Others

3  

Narendra Prasad Behera

Others

କରିବୁ ନାହିଁ ଅନର୍ଥ

କରିବୁ ନାହିଁ ଅନର୍ଥ

1 min
127

କରିବନି ରାଗ  ମୋ ସୁନା ଭଉଣୀ

   କରିବନି ମନ ଉଣା

ବରଷକେ ଥରେ  ଦେଖି ମୁଁ ପାରୁନି

   ତୋହରି ଘର ଅଗଣା ।୧।


କାଗଜରେ ଲେଖି ଥିଲି ତୋ ଠିକଣା

   ଲୁହରେ ପଡୁନି ଜଣା

କି ଆଉ କହିବି  ମୋ ଦୁଃଖ କାହାଣୀ

   କାନ୍ଦୁଛି ବସି କାନ୍ଦଣା ।୨।


ସ୍ନେହ ମମତାର  ପବିତ୍ର ବନ୍ଧନ

   କିଏ ବା ପାରିବ ଭୁଲି

ସତ୍ୟ ଦୟା ଧର୍ମ  ହୃଦୟରେ ଥିଲେ

   ଆଗକୁ ପାରିବା ଚାଲି ।୩।


ମନରେ ରହିଲେ  ନିର୍ମଳ ଭାବନା

  ହୃଦୟକୁ ଯିବା ଜିଣି

ଧନ୍ୟ ମହାପ୍ରଭୁ  ବିଚିତ୍ର ଦୁନିଆ

   ଗଢିଅଛ ଜାଣିଶୁଣି ।୪।


କର୍ମମୟ ଏହି  ଜୀବନଟା ମୋର

   ଜଞ୍ଜାଳରେ ଭରି ଅଛି

ଆଗକୁ ଯିବାକୁ  ନାହିଁ ଅର୍ଥବଳ

   କିପରି ଯିବି ଭାବୁଛି ।୫।


ଇଚ୍ଛାଥିଲେ ମଧ୍ୟ  ଯାଇ ମୁଁ ପାରୁନି

   ବାଧକ ସାଜୁଛି ଅର୍ଥ

ତଥାପି କରୁଛି  ଚେଷ୍ଟା ମୁଁ ଅନେକ

   କରିବୁ ନାହିଁ ଅନର୍ଥ ।୬।


ମନ ହୃଦୟରେ  ରଖିଛି ସାଇତି 

   ଲିଭିବ ନାହିଁ ଠିକଣା

ସମୟ ଆସିଲେ  ଯିବାକୁ ତୋଘର

  ହେବି ନାହିଁ ବାଟବଣା ।୭।


ପୋଛି ଦେବୁ ନାହିଁ  ମନ ମଧ୍ୟୁ କେଵେ

   ଦୁଃଖି ଭାଇଟିଏ ତୋର

ଠିକଣା ସମୟେ  ପହଞ୍ଚି ପାରୁନି

   ମୋ ଘର ଅନେକ ଦୂର ।୮।


ଭାଇ ସିନା ଜାଣେ  ଭଉଣୀ ବେଦନା

   ପାରେନି ସହି କାନ୍ଦଣା

ସମୟକୁ ସାମ୍ନା  ପାରୁ ନାହିଁ କରି

   ପାଉଛି ଖାଲି ଯନ୍ତ୍ରଣା ।୯।


କରୁଛି ପ୍ରାର୍ଥନା  ଜଗତ ଠାକୁର

   ଅଭାବକୁ ଦୂରକର

ଫୁଟି ଉଠୁ ହସ  ଭଉଣୀ ମୁହଁରେ 

  ସୁଖରେ କରୁ ସେ ଘର ।।୧୦।।



Rate this content
Log in