STORYMIRROR

Dharitri Mallick

Others

5.0  

Dharitri Mallick

Others

କରି ପାରିବୁ କି ମାଆ ଏମାନଙ୍କର ବଧ

କରି ପାରିବୁ କି ମାଆ ଏମାନଙ୍କର ବଧ

3 mins
27.4K


~【୧】~

ହେ ! ମାଆ ଦୁର୍ଗା ଦୁର୍ଗତି ନାଶିନୀ ।।

ଚଣ୍ଡୀ ମାଆ ଶକ୍ତି ପ୍ରଦାୟିନୀ ।।

ମହିଷାସୁର ବଧକାରିଣୀ ।।

ତୁମ ନାମ ଦର୍ଶନେ ମିଳେ ଅପାର ଶକ୍ତି ।।

~【୨】~

ପାର୍ବଣ ଋତୁ ଆସି ପହଂଚିଲା ।।

ଧରାପୃଷ୍ଠ ଵାସୀ ତୋ ସ୍ୱାଗତ ପାଇଁ ।।

ସୁନା ଚାନ୍ଦିରେ ତୋ ପ୍ରତିମା କୁ ଦେଇଛି ସଜାଇ ।।

ନାନା ରଙ୍ଗ ରୂପ ଦେଇ ତୋରଣ ସଜାଇ ।।

ଉସବ ମୁଖର ହୋଇ ତୋ ଆସିବାକୁ ରହିଛି ଅନାଇ ।।

~【୩】~

ହେଲେ ଦେବୀ ମାଆ ତୁମକୁ ତ ସବୁ ଜଣା ।।

ଏଠି ଲୋକେ କରନ୍ତି କି ଲୀଳା ?

ଜୀବନ୍ତ ନାରୀକୁ ଦିଅନ୍ତି କେତେ ଯେ ନିର୍ଯ୍ୟାତନା 😢

ନିଜ ମାଆ ଭଉଣୀ କୁ କରନ୍ତି ହତାଦର ~~

ବୁଢ଼ୀ ମାଆ କୁ ଘରେ ନ ରଖନ୍ତି ~~

ନିଜ ବିଧବା ବୁଢ଼ୀ ମାଆକୁ ~~

ପୁଅବୋହୂ ମିଶି ପିଟି ମାରି ~~

ଘରୁ ଦିଅନ୍ତି ଫିଙ୍ଗି ଘୋଷାରି 😢

ବେଳେ ରାସ୍ତାକଡେ ତ ବେଳେ ବୃଦ୍ଧାଶ୍ରମେ ~~

ପୁଣି ସେଇମାନେ ନିଜ ଛୁଆ ପିଲା ଧରି ।।

ସଜବାଜ ହୋଇ ଯାଆନ୍ତି ତୋ ପ୍ରତିମା ପୂଜା କରି ।।

~【୪】~

ସେ ଯୁଗରେ ସିନା ଥିଲା ଗୋଟେ ମହିଷାସୁର ~

ସବୁ ଦେବାଦେବୀ ଡାକିଲେ ତ୍ରାହି ତ୍ରାହି ~

ତା ଅତ୍ୟାଚାର ହିଂସ୍ର ଆତଂକେ ଦେଲେ ରଡ଼ି ~

କେହି ନ ଦେଇପାରିଲେ ତାକୁ ତଡି ~~

ସବୁ ଦେଵତା ଏକାଠି କଲେ ତୁମ ସ୍ତୁତି ~~

ତୁମେ ହିଁ ଦେଇ ପାରିବ ବୋଲି ମୁକ୍ତି ~~

ତୁମେ ହିଁ ପାରିବ ତାହାର ସଂଘାର !!

ସଜେଇ ଦେଲେ ତୁମ ହସ୍ତେ ଦେଇ ସବୁ ମହାସ୍ତ୍ର !!

ସିଂହ ଉପରେ ବିରାଜି ହୋଇଲ ସିଂହବାହିନୀ !!

ବହୁ କଷ୍ଟେ ବଧ କରିଲ ମହିଷାସୁର ।।

ବଧ କରି ସାଜିଲ ତୁମେ ମହିଷାସୁର ମର୍ଦିନି ।।

~【୫】~

ହେଲେ ମାଆ ଏବେ ହୋଇଛି ଯୁଗ ପରିବର୍ତନ ~~

ନାମକରଣ ହେଇଛି ଅତି ଆଧୁନିକ କଳିଯୁଗ ~~

ନା ଭୁଲ କହିଦେଲି ମାଆ ତୁମକୁ ।।

ଏ ହେଉଛି ନିର୍ଯ୍ୟାତନା ର ପାପଯୁଗ 😢

ଏଠି ସଦ୍ୟଜାତ ଶିଶୁ କନ୍ୟା ଠାରୁ ଆରମ୍ଭ !!

ଜରା ବ୍ୟାଧିଗ୍ରସ୍ତ ବୟସ୍କା ବୁଢ଼ୀ ପର୍ଯ୍ୟନ୍ତ !!

କେହି ନ ଛାଡ଼ ପାଆନ୍ତି ଏଠି 😢 !!

~【୬】~

ଏଠି ନିୟମ କାନୁନ କାଳେ ଭାରି କଡା !!

ପୋଲିସ ନିୟମ କହେ ଏଠି !!

ଝିଅଙ୍କୁ କଲେ ଟିକେ ମିସକଲ !!

ଅବା ଦେଲେ ଅଶ୍ଲୀଷ ଇଙ୍ଗିତ !!

ଦେଖେଇ ଦେବେ କାଳେ ମାମୁଁ କଂସ ଘର ~~

ହେଲେ ପ୍ରତିକ୍ଷଣେ ନାରୀ ହୁଏ ଏଠି !!!

ଅପମାନିତ ଲାଂଛିତ !!!

ଘଟିଯାଏ ଏଠି ଅମାନବୀୟ ଅକଥନୀୟ କଥା 😢

ନାରୀ ହିଂସା ,କନ୍ୟା ଭୃଣହତ୍ୟା, ନାରୀ ଚାଲାଣ !!

ଖାଲି ଦୁଷ୍କର୍ମ ନୁହେଁ ଏଠି ହୁଏ ଗଣ ଦୁଷ୍କର୍ମ !!

ଯୌତୁକ ଅଗ୍ନିକୁଣ୍ଡେ ଜାଳି ଦିଅନ୍ତି ଏଠି 😢

କେତେ କେତେ ନୂଆ ବାହା କନ୍ୟା 😢

~【୭】~

କଣ ଆଉ କହିବି ମାଆ ତୁମକୁ ??

ଏଠି ମୁହଁ ଖୋଲିଲେ, ପ୍ରତିବାଦ କରିଲେ !!

ଶୁଣ ମାଆ ତାର ହୁଏ କି ଅବସ୍ଥା ? ~~

ପୁରୁଷ କୁ ନା କରିଲେ !!

ଏସିଡ ମାଡ଼ରେ ତାକୁ କରନ୍ତି କଦର୍ଯ୍ୟ !!

କଲବଲ କରି ଜାଳି ପୋଡି ଦିଅନ୍ତି ମାରି 😢

ଦୁର୍ଭାଗ୍ୟକୁ ଯଦି ବଞ୍ଚିଲା ସେ ନାରୀ ~ 😢

ଚାରିପାଖେ ଥିବା ଲୋକେ ହୁଅନ୍ତି ତା ବୈରୀ !!

~【୮】~

ହୁଏ ଅବାଂଛିତ ବଢି ଯାଏ ଆହୁରି କଷଣ ~~

ସର୍ବ ସମ୍ମୁଖ ରେ ପଚାରନ୍ତି କରି ଥର ଥର !!

ଦେଖା ପ୍ରମାଣ , ସାକ୍ଷୀ କାହିଁ ତୋହର ??

କହୁଛୁ ମିଛ, କେତେ ଟଙ୍କା ପାଇଁ ବିକିଛୁ ଲାଜ ?

~ 【୯】 ~

ନିଜ ବାପା ମାଆ ଭାଇ ପରିବାର !!

ସାଇ ପଡ଼ିଶା କୁଟୁମ୍ବ କରନ୍ତି ତାକୁ ତିରସ୍କାର 😢

ଆଉ ଯଦି ବା କେହି ପରିବାର ଜୁଟାଏ ସାହସ !!

କରେ ନ୍ୟାୟ ପାଇଁ ଭିକ୍ଷା ~~

ଅବିଳମ୍ବେ ହୁଅନ୍ତି ଶିକାର ~~

ସରକାରୀ ବ୍ୟବସ୍ଥା ଓ ପ୍ରସାଶନର 😢


ରଚାନ୍ତି ଅଧିକ ଦମନ ଆଉ ଶୋଷଣ !!

ଏଠି ରକ୍ଷକ ସାଜନ୍ତି ଭକ୍ଷକ !!

ମିଥ୍ୟା ଆଶ୍ୱାସନା ଦେଇ କରନ୍ତି ରାଜନୀତି !!

ତୁହା କୁ ତୁହା ଅପମାନିତ ହୋଇ !!

ନ ପାରେ ଆଉ ସହି ମାନସିକ ଉତ୍ପୀଡ଼ନ ଜ୍ବଳନ ~~~

ଶେଷରେ ଲିଭାଇ ଦିଏ ନିଜ ଜୀବନ ଦୀପକ 😢

~【10】~

ମଲା ପରେ ମଧ୍ୟ ନ ଥମେ ଟାହି ଟାପରା ~~

କରନ୍ତି ଭଦ୍ରମୁଖା ଧାରୀ ପୁରୁଷ ଅବା ନାରୀ !!

ସମାଲୋଚନା କରି ବସନ୍ତି !!

ଗୋଟି ଗୋଟି ଦେଖାନ୍ତି ନାରୀର ସବୁ ଦୋଷ ତ୍ରୁଟି ~~

ହେଲେ ନ ଖୋଜି ପାରନ୍ତି ଜଣେ କେହି ??

ପୁରୁଷର ଚଣ୍ଡାଳ ଉଗ୍ର ପଶୁ ପ୍ରବୃତ୍ତି ~~ !!

କୁଶିକ୍ଷା କୁସଂସ୍କାର ଅପସଂସ୍କୃତି ତା ପାପ ପ୍ରବୃତ୍ତି ~

~【୧୧】~

ଏଠି କାଳେ ପୁରୁଷ ହୁଏ ବେଶୀ ନିର୍ଯ୍ୟାତିତ !!

ସେଥିପାଇଁ ସେ ଦିଅନ୍ତି ଉଚିତ ଶିକ୍ଷା !!

ଏ ନାରୀ ସମାଜକୁ !!!

କିନ୍ତୁ ଦୋଷୀ ପାପୀ ଅପରାଧୀ ଙ୍କ ସୁରକ୍ଷା ପାଇଁ ~~

ଅଣ୍ଟା ଭିଡ଼ି ବାହାରନ୍ତି ଅନେକ !!

ଦୌଡ଼ି ଆସନ୍ତି ବ୍ୟବସ୍ଥା ଅନେକ !!

ନ୍ୟାୟାଳୟେ ଖେଳନ୍ତି ଓକିଲ ଜଜ !!

କେତେ ଲଢନ୍ତି ଯୁକ୍ତି ବାଢନ୍ତି !!!

ବେଳେ ମାନବ ଅଧିକାର କମିଶନ ତ !!

ବେଳେ କଡା ପୋଲିସ ର ସୁରକ୍ଷା ~~

ଆଉ କେବେ ଜୁଭେନଇଲ ଜଷ୍ଟିସ ବୋର୍ଡ଼ ~~

ପଠାଇ ଦିଆଯାଏ କେବେ ସୁଧାରଗୃହ ତ !!!

କେବେ ଫାଶି ଦଣ୍ଡରୁ ଦିଅନ୍ତି ମୁକ୍ତି କରି ରାଜକ୍ଷମା ~

~【୧୨】~

ଦୋଷୀ ପାପୀ ଏଠି ବୁଲନ୍ତି ମୁକ୍ତ ଆକାଶେ !!

ପ୍ରମାଣ ଅଭାବେ, ବାଇଜ୍ଜତ ମୁକୁଳି କ୍ଲିନ ଚିଟ ନେଇ !!

ପିଡିତା ବୋହିଚାଲେ ସବୁ ଦୋଷପାପ ଭାର ବୋହି 😢

ଯଦି ଦୁର୍ଗା କାଳୀ ସାଜି କରିବ ସଂଘାର ~~

ତେବେ ବୁଲାଇନେବେ ମାମୁଁ ଘର ~~

ଆଉ ସେଠି କରିବେ ନାରୀର ସଂଘାର ~~

ମାଆ ତାର ଆଜୀବନ ଘୋର ଅନ୍ଧକାର 😢

ଏବେ ପୁଣି ବ୍ୟଭିଚାର କୁ ଦେଇଛି ଆଇନ ସମ୍ମତ !! ଦୋଷମୁକ୍ତ ସମସ୍ତେ ଯିଏ କରିବ ବ୍ୟଭିଚାର !!

କହ ମାଆ ନାରୀ ଯିବେ କାହା ପାଖକୁ ???

ଏଠି ବୁଦ୍ଧି ବିଚାର ବିବେକ ସବୁ କଳୁଷିତ ~~

ଘଟେ ନିତି ଏଠି ଏମିତି କିଛି ଦୁରାଚାର 😢

ବର୍ଣ୍ଣନା କରିବାକୁ ବାକଶକ୍ତି ର ଘୋର ଅଭାବ !!!

ଅଜଣା ଅଶୁଣା ଅଦେଖା ନାରୀ ଦୁର୍ଘଟଣା !!😢

~【13】~

ଏଠି କହ ମାଆ କେମିତି ନାରୀ ହେବ ଦୁର୍ଗା ???

ଚାରିଆଡେ ସମଗ୍ର ସଂସାରେ ~~

ବ୍ୟାପ୍ତ ଭୟଙ୍କର ମହିଷାସୁର ~~

ଘରେ ବାହାରେ ଲୁଚି ଅଛନ୍ତି !!

ଅନେକ କଂସ ରାବଣ !!!

କରି ପାରିବୁ କି ମାଆ ଏ ପାପୀଯୁଗର ମହିଷାସୁର ବଧ ???

( © ଧରିତ୍ରୀ ମଲ୍ଲିକ , ଭୁବନେଶ୍ୱର )


Rate this content
Log in