STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Others

3  

ନାୟକ ଅକ୍ଷୟ ରାଜହସ୍ତୀ

Others

କ୍ରାନ୍ତି ଚେତନା

କ୍ରାନ୍ତି ଚେତନା

1 min
12.1K

ଉଠୁ ଗର୍ଜନ

ରଟୁ ସ୍ପନ୍ଦନ

ଫିଟୁ ବନ୍ଧନ ଆଜି,

ଚେଇଁ ଉଠୁ ନିସ୍ଵ

ଜାଗି ଉଠୁ ବିଶ୍ଵ

ଖେଳାଇ ସ୍ଵପ୍ନ ରାଜି ll


ସାକର କର

ସୁନେଲି ସ୍ଵପ୍ନ

ଯୁଗ ଚେତନାରେ ଯାଇ ହଜି,

ପରାଧୀନତାର

ଅନ୍ଧାରି ବସାରେ

ଶିବ ଡମ୍ବରୁ ଉଠୁ ବାଜି ll

ରକ୍ତର ଜବାବ୍

ରକ୍ତରେ ଦିଅ

ଲୁପ୍ତ ଗାଥା ହେଜି ହେଜି,

କେତେଦିନ ଆଉ

ରହିବ ମଉନ

ଦୁଃଖ ଯନ୍ତ୍ରଣାରେ ଭିଜି ଭିଜି ?


ହାତ ସାଥେ ହାତ

ମିଶାଇ ଦିଅ ହେ

କ୍ରାନ୍ତି ଚେତନା ସର୍ଜି,

ଛାତି ରୁ ଆରମ୍ଭ

ମାଟିରେ ଶେଷ

ପୋତ ଜାତୀୟତା ମଞ୍ଜି ll



Rate this content
Log in