STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

କର ଆରାଧନା ଶରତର ମଧ୍ୟ ଭାଗେ

କର ଆରାଧନା ଶରତର ମଧ୍ୟ ଭାଗେ

1 min
166

ଫୁଟିଲାଣି ଦେଖ କାଶତଣ୍ଡୀ ଫୁଲ ନଈପଠା ବିଲ ହୁଡ଼ାରେ

ଆକାଶେ ଉଡଇ ଧଳା ଧଳା ମେଘ ଆଜି ୟେ ଶରତ ବେଳାରେ

ଦଶଭୁଜା ମହାମାୟା ସୁରପୁର ବାଳା ମହାଦେବୀ ଉର୍ବୀରେ

ଉଭା ହେବେ ଆସି ପାର୍ବଣ ପର୍ବରେ ଚଢି ଘୋର ସିଂହ ପୃଷ୍ଠରେ ।।


ଆଶ୍ଵିନ ମାସର ଶାରଦୀୟ ପର୍ବ ପୁଜା ଆବାହନ ସ୍ଵାଗତ

ବାଜେ ବୀରବାଜା ମହୁରୀ ମର୍ଦ୍ଦଳ ତାଳେ ତାଳେ ଯୁଦ୍ଧ ସଂଗୀତ

ଉଛୁଳି ଉଠୁଛି ୟେ ସାରା ବ୍ରହ୍ମାଣ୍ଡ ଶିବାନୀ ହେବେରେ ପ୍ରକଟ 

ଲାଗୁଛି ମେଦିନୀ ସ୍ୱର୍ଗୀୟ ଚେତନା ଅନୁଭବେ ମନ ପବିତ୍ର ।।


ଅଗ୍ନିଯା ଭବାନୀ ଅମ୍ବିକା ଯୋଗିନୀ ସେ ଯୋଗରୂପା ଯୋଗମାୟା

ସୁବର୍ଣ୍ଣ ବର୍ଣ୍ଣାଭ୍ୟାଂ ଚାରୁ ହାସିନୀ ଗୋ ଦୁର୍ଗତି ନାଶିନୀ ଅଭୟା

ସତ୍ୟ ଯୁଗର ଏ ଅମୀୟ କାହାଣୀ ବର୍ଣ୍ଣିବା କହିବା ଦୁରୁହ

ଦୟାବତୀ ଦୟା ଅବତାରେ ବିଜେ କରିବେ ହୋଇବେ ସଦୟ ।।


ମହିଷାସୁର ଯେ ଅତିକାୟ ଦୈତ୍ୟ ଦୁଷ୍ଟ ଦୁରାଚାର ରାକ୍ଷସ

ଦମନ ଯାତନା ଅସହ୍ୟ ବିକଳେ ଦେବଲୋକ ମନେ ବିରସ

କ୍ଷିରାବ୍ଧୀ ତଟେ ବ୍ରହ୍ମାଦି ସୁରଗଣ ମହାବାଷ୍ଣୁ ପଦେ ଶରଣ

ଯାଇ ଜଣାଇଲେ ଦନୁଜ ଦମନେ ଉପାୟ କର ନାରାୟଣ ।।


ଦେବଗଣ ଦେଲି ନିର୍ଭୟ ହେ ଯାଅ ରତ୍ନଗିରି ପାଦ ଦେଶେ

କର ଆରାଧନା ଦେବୀ ମାଆ ଅପର୍ଣ୍ଣା ଉଭା ହେବେ ବୀର ବେଶେ

ସର୍ବ ଦେବମିଳି ଅସ୍ତ୍ରଶସ୍ତ୍ରେ ତାଙ୍କୁ କରିବ‌ ତାଙ୍କୁ ସୁସଜ୍ଜିତ

ସଙ୍ଗେ ବିନାୟକ ଶକ୍ତିଧର ଥିବେ ମାରିବେ ଯାଇ ସେ ଦଇତ ।।


ତହୁଁ ସର୍ବେ ମିଳି କଲେ ଆରାଧନା ଗୌରୀ କାଳୀ ସର୍ବମଙ୍ଗଳା

ଦେବତାଙ୍କ ପ୍ରାର୍ଥନାରେ ହୈମବତୀ ଆସି ଚଞ୍ଚଳେ ହେଲେ ଉଭା

ଅସ୍ତ୍ରଶସ୍ତ୍ର ଦେଲେ ଦେବତା ସକଳେ ଦେବ ବାଳା ଯେ ବୀରାଙ୍ଗନା

ଯୋଧ୍ରୁବେଶେ ଦେବୀ ହୋଇଲେ ବାହାର ତା ସଙ୍ଗତରେ ଦେବସେନା ।।


ରତ୍ନଗିରି ପାଦଦେଶରେ ୟେ ଘୋର ଯୁଦ୍ଧ ସଂଗଠିତ ହେଇଲା

ଏହି ମହାଯୁଦ୍ଧେ ଦେବୀଙ୍କ ଦର୍ପରେ ମରିଲା ଅଦିତିର ବଳା

ସେହି ଦିନ ଠାରୁ ଅଦ୍ୟାବଧି ଦେବୀ ଆରାଧନା ତ ଯୁଗେ ଯୁଗେ

ହେଉଅଛି ଆସ କରରେ ସ୍ଵାଗତ ଏ ଶରତର ମଧ୍ୟ ଭାଗେ ।।



Rate this content
Log in