Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

2  

Ram Prasad Bisoi

Others

କପଟି ଇନ୍ଦ୍ରର ମୋହମାୟା ଜାଲ,

କପଟି ଇନ୍ଦ୍ରର ମୋହମାୟା ଜାଲ,

1 min
7K



କପଟି ଇନ୍ଦ୍ରର ମୋହମାୟା ଜାଲ,

ପତି ଗୌତମଙ୍କ ଅନ୍ଧ ଅଭିଶାପ,

ପ୍ରସ୍ତରରୂପି ଅହଲ୍ୟାର ନୟନୁ ଅଶ୍ରୁଧାର,

ମନ ଦେହେ ଯୌବନେ ବାଢାବଗ୍ନିର ଜ୍ବାଳା,

କେବେ କରିବ ସ୍ବର୍ଶ,

ପ୍ରସ୍ତର ଗାତ୍ରରେ ତବ

ଚରଣ କମଳ,

ଶିଳାରୁ ରୂପାନ୍ତରିତ ହେବ

ଏ ଶରୀର,

ତବ ରାଜୀବଲୋଚନ କଟାକ୍ଷେ ମୃଦୁକମ୍ପନେ

ଜାଗିଉଠିବ ଏ

ପ୍ରସ୍ତର ଅହଲ୍ୟା,

ତବ ଚରଣେ ନିବେଦନ,

ଅଭିଶାପିତ ପ୍ରେମ ଫଲଗୁଧାରା

ଅୟୁତଯୂଗର ନିର୍ବାଣପଥେ ପ୍ରାନ୍ତେ ବହିଯାଉ

"" ହେ ପୂରୁଷୋତ୍ତମ''

ଅନିମେଶ ଲୋଚନ

ଶୁଣ ଏ...............

ଅହଲ୍ୟାରୋଦନ..........!!!

ରାମ ପ୍ରସାଦ ବିଷୋଇ,କାଶ୍ୟପ,

ରାୟଗଡା । ରାତ୍ର````୮ଘଣ୍ଠ,

୨୯..୮...୧୫.





Rate this content
Log in