STORYMIRROR

Trushna Das

Others

3  

Trushna Das

Others

କପାଳ ଲିଖନ

କପାଳ ଲିଖନ

1 min
209


ଜୀବନର ସତ୍ୟତା ବୁଝି ସାରିଛି 

ବୁଝିବାକୁ ନାହିଁ ବାକି ଆଉ କିଛି 

ଏହା ଯେ ମୋ କପାଳେ ଲିଖିତ ହୋଇଛି 

ହସ ଖୁସି ସବୁ ଭୋଗିବାକୁ ହେବ ଯେ ଏଇଠି।।


ଭାଗ୍ୟ ଖେଳୁଛି ଖେଳ

ଯାହା ହେଉଛି ମୋ କପାଳ ଲିଖନ 

କର୍ମଫଳ ପୂର୍ବ ଜନ୍ମର 

ଭୋଗିବାକୁ ହେଉଛି ଏଇ ଜୀବନେ ମୋର।। 


ଆଜି ହାରି ଯାଇଛି ଏ ଜୀବନେ ମୋର

ତଥାପି କରି ଚାଲୁଛି ମୁଁ କର୍ମ ଯେ ମୋର

ସତ ମାର୍ଗକୁ କରି ଆପଣାର

ପୂର୍ବ ଜନ୍ମ କର୍ମ ପାଇଁ କରୁଛି ମୁଁ ପ୍ରାୟଶ୍ଚିତ 

ବିଶ୍ୱାସ ଅଛି ମୋର

ଏ ଜନ୍ମର କର୍ମଫଳ ମୋର

ଜଲଦି ହିଁ ବଦଳାଇବ ମୋ କପାଳ ଲିଖନ।।


ବିଶ୍ୱାସ ଅଛି ମୋର 

ହାରି ଯାଇ ମଧ୍ୟ ଦିନେ ଜିତିବି ଦିନେ ଏ ଜୀବନ ବାଜିକୁ ମୋର

ଆସ୍ଥା ରଖି ଈଶ୍ୱରଙ୍କ ଉପରେ

କରିବି ଏମିତି ସତ କର୍ମ ଏ ଜୀବନେ 

ଯେମିତି କି ଖୋଜିବେ ଲୋକ ମୋତେ

ହଜି ଗଲେ ମୁଁ ଏ ଦୁନିଆରୁ ଯେବେ

ସେଇ ଦିନ ଯାଇ ଜିତିବି ମୁଁ ଏ ଜୀବନେ 

କପାଳ ଲିଖନ ମୋର ହୋଇବ ପରିବର୍ତ୍ତନ ସବୁ ଦିନ ପାଇଁ ଯେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍