STORYMIRROR

Surjyakanta Dash

Others

3  

Surjyakanta Dash

Others

କୋଟି ଜନ୍ମର ଅପେକ୍ଷା

କୋଟି ଜନ୍ମର ଅପେକ୍ଷା

1 min
249


ବିରହେ ତୁମର ଝରୁଛି ଆଖିରୁ

ଲୋତକର ଧାର ଧାର

ସେମିତି ଝରୁଛି ଶ୍ରାବଣର ବର୍ଷା

ଖତେଇ ଆଖିକୁ ମୋର ।୧।


ଉଠୁଅଛି କୋହ ଲିଭୁଅଛି ମୋହ

ପ୍ରତିକ୍ଷଣେ ଚାହେଁ ମରିବାକୁ

ମରିବି ପାରେନି ତୁମ ପାଇଁ ସିନା

କାଳେ ପ୍ରେମ ମୋର ମରିଯିବ ।୨।


କଥା ଦେଇ ସିନା ତୁମେ ଭୁଲିଗଲ

ଭୁଲି ମୁଁ ପାରୁନି ଏକା

କୋଟି ସ୍ମୃତି ଧରି ଲୁଚିଗଲ ତୁମେ

ମୋ ସ୍ୱପ୍ନକୁ କରି ଫିକା ।୩।


ପାଗଳୀନି ପରି ଖୋଜିଅଛି ମୁହଁ

ଦିବାରାତ୍ର ଅବିରତ

ଝୁରି ମୁଁ ମରୁଛି ପ୍ରତିଟି ମୁହୂର୍ତ୍ତ

କାଳେ ଆସିବ ମୋ ପ୍ରେମକୁ କରି ସତ ।୪।


ଗାଉଛି ଶ୍ରାବଣ ତୁମ ପ୍ରେମର ଗୀତିକା

ଭରୁଛି ମୋ କାନରେ ଆସି

ରିମ୍ ଝିମ୍ ହୋଇ ବରଷୁଛି ବର୍ଷା

ତୁମ ସ୍ୱାଗତ ଭାଷଣ ଦେଇ ।୫।


ଜାଣିଛି ମୁଁ ଏକା ତୁମେ ଆସିବନି

ତୁମ ଅଫେରା ପଥକୁ ଫେରି

ତଥାପି ମୁଁ ଏକା ତୁମ ବାଟ ଚାହିଁ

ରହୁଛି କେତେ ଯନ୍ତ୍ରଣା ସହି ।୬।


ଭୁଲିଛି ମୁଁ ଏଠି କେତେ ଅପନିନ୍ଦା

ସମାଜରେ ନିନ୍ଦା ଗାଳି

ସ୍ଥିର ମୋର ଧ୍ୟାନ ତୁମ ଠାରେ ପ୍ରାଣ

ରହିବି କୋଟି ଜନ୍ମ ଅପେକ୍ଷା କରି ।୭।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍