STORYMIRROR

Nrusingha Panigrahi

Others

4  

Nrusingha Panigrahi

Others

କୋରୋନା ଯୋଦ୍ଧା

କୋରୋନା ଯୋଦ୍ଧା

1 min
24.4K

ବଇଦ ହୋଇବି ଯୋଦ୍ଧା ସାଜି ତୁମେ

ବଖାଣି ଦେଇଛ ସତ୍ୟ

ମହାମାରୀ ଠାରୁ ଦୂରେଇ ଦିଅ ହେ

କରିବି ମୁଁ ସତ୍ୟ ପାଠ  ।।


ଲକ୍ଷ୍ମଣ ରେଖା କୁ ନ ଡେଇଁବା ପାଇଁ 

କରି ବୁ ଆମେ ଯେ ପଣ

ଏ ରେଖାକୁ ଟାଣି ଚାଲିଯାଇଥିଲେ 

ତ୍ରତେୟା ଯୁଗେ ଲକ୍ଷ୍ମଣ  ।।


କିଛି ଦିନ ପାଇଁ ନ ଦେଖିବା ଆମେ

ବନ୍ଧୁ ଶଖା ପରିଜନ

ଜୀବନ ଥିଲେ ଯେ କେତେଯେ ଅସିବେ

ପୁଣି ହୋଇବ ବନ୍ଧୁ ମିଳନ  ।।


ପଶୁ ମଣିଷର ଅନ୍ତର ଜଣୁଛୁ 

ଏହି ଯେ କରିବୁ ପଣ

ଭଲ ଭାବେ ହାତ , ମୁହଁ ଆଦି ଧୋଇ

କରିବୁ ଆମେ ଭୋଜନ  ।।


ଏକ ମିଟର ଦୂର ବଜାୟ ରଖିବୁ

ମୁହଁରେ ଦେଇ ରୁମାଲ

ଏଇ କଥା ମାନି ଚାଲିଯିବା ଆମେ

ରହିବା ସୁସ୍ଥ ସବଳ ।।


ଖାସ କଫ ଜ୍ଵର ଆଦି ଯଦି ହୁଏ

କରିବୁ ତୁମ ପରା ମର୍ଶ

ଭଗବାନ ରୂପରେ ତୁମେ ଅଛ ପରା

କୋରୋନା ହୋଇବ ନାଶ  ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍