Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଅଜୟ କୁମାର ବେହେରା

Others

3.9  

ଅଜୟ କୁମାର ବେହେରା

Others

କୋରନା ଯୋଜନା

କୋରନା ଯୋଜନା

2 mins
139


ତ୍ରେତୟା ଦ୍ଵାପରେ ଶ୍ରୀରାମ ଶ୍ରୀକୃଷ୍ଣ 

  ଧର୍ମ ଯୋଜନାର ଫଳ ।

ରାବଣ କଂସକୁ ନିଧନ କରିଲା 

  ଉପାଡି ଅଧର୍ମ ମୂଳ ।୧।


କଳିରେ ନବିନ ନରେନ୍ଦ୍ର ଯୋଜନା

  ଅନ୍ୟାୟର ପ୍ରୋତ୍ସାହନ ।

ଯୋଜନାର ଫଳ ପିତା କି ମଧୁର 

  ଚାଖୁଛନ୍ତି ଦେଶେ ଜନ ।୨। 


ଯେତିକି ଫଳୁଛି ଯୋଜନାର ଫଳ

  ଛିଣ୍ଡେଇ କାଟି ଖାଆନ୍ତି ।

ଜନ୍ମରୁ ମରଣ ସମସ୍ତ ଯୋଜନା 

  ଫଳକୁ ବାଣ୍ଟି ନିଅନ୍ତି ।୩।


ଭୂତାଣୁ ଯୋଜନା କୋରନା ଚାଷରେ

  ଫଳୁଛି ଯାହା ବି ଫଳ ।

ଖାଇଲେ କାହାକୁ ମୁକ୍ତି ମିଳୁଅଛି

  କାହାର ପୁରୁଛି କାଳ ।୪।


ପୁରୁଷ ଲୋକର ନିଶ ଦାଢ଼ି ସଙ୍ଗେ

  ନାରୀ ଲିପ୍ସଟିକ ମୁହଁ ।

ମାସ୍କ ଯୋଜନାରେ ଲୁଚେଇ ରଖିବା

 ଖୋଲା ଥାଉ ପଛେ ଦେହ ।୫।


ପାଦରେ ହାତରେ ଜୋତା ଓ ଗ୍ଲୋବସ

  ପିନ୍ଧିବା ଯୋଜନା ନୂଆ ।

ଜୀବାଣୁ ନାଶକ ହାତ ଧୋଇବାକୁ

  ସ୍ୱଚ୍ଛତା ଯୋଜନା ଏହା ।୬।


କୋରନା ପରୀକ୍ଷା ନିରୀକ୍ଷା ଯୋଜନା

  ସଂକ୍ରମିତ ରୋଗୀ ପାଇଁ ।

ପରୀକ୍ଷା ସାମଗ୍ରୀ ଚୋରାରେ ବିକିରି

  ଦେଖିବାକୁ ନାହିଁ କେହି ।୭।


ଭୂତାଣୁ ଯୁଗର ଏକତା ଯୋଜନା

  ମେଳାରେ ଲାଗିଛି ତାଲା ।

ଦୂରତା ବଜେଇ କଥା ବାର୍ତ୍ତା ପାଇଁ

 ଏକାଠି ଯୋଜନା ଖୋଲା ।୮।


ଗୃହରୁ ଅଫିସ କର୍ମ ଯୋଜନାରେ

  କର୍ମଚାରୀ ଏବେ ଘରେ ।

ଗୃହ ଲକ୍ଷ୍ମୀଙ୍କର ଚାପ ଯୋଜନାରେ

  ନିଜ କାମ ନିଜେ କରେ ।୯।


ଶିକ୍ଷାଦାନ ଏବେ ଶିକ୍ଷାକ୍ଷେତ୍ରେ ନାହିଁ

  କୋଭିଡ କେନ୍ଦ୍ରଟି ସେହି ।

ସଂସାଧିତ୍ର ଦ୍ୱାରା ପ୍ରତ୍ୟକ୍ଷ ଚାଲୁଛି

  ଶିକ୍ଷକ ଗୃହରେ ରହି ।୧୦।


ବାହ୍ୟ ଯୋଜନାରେ କଟକଣା ଭାରି

  ଦରକାର ବେଳେ ଯିବା ।

ନିୟମକୁ ମାନି ନିଜ କାର୍ଯ୍ୟ ସାରି  

  ସଅଳ ଘରେ ଫେରିବା ।୧୧।


ସବୁଆଡେ ଏବେ କୋରନା ଭୂତାଣୁ

  ଛୁଇଁବା ଯୋଜନା ନେଇ ।  

ଥଣ୍ଡା କାଶ ଜ୍ୱର ମାଗଣା ଦେଉଛି

  ବୁଲି ବୁଲି ଘରେ ଯାଇ ।୧୨।


କୋରନା ଜାଲରେ ଫସିଗଲେ ଥରେ

  ବଞ୍ଚିବା ମୁସ୍କିଲ ଭାରି ।

ପୃଥକ ବାସରେ ଘରେ ବା ବାହାରେ

 କେତେବେଳେ ଦେବ ମାରି ।୧୩।


ଛୁଇଁଲେ କୋରନା ପ୍ରେମରେ ଫସିବା

  ନିସ୍ତାର ମିଳିବ ନାହିଁ ।

ଅସ୍ପୃଶ୍ୟ ଯୋଜନା ପରିଣାମ କେତେ

  କୋରନା ଦେଉଛି କହି ।୧୪।


ଜୀବିକା ଛଡେଇ ଜୀବନ ନେଉଛି

  କୋରନା କାହାର ନୁହଁ ।

ସାନିଟାଇଜର ମାଆସ୍କ ସାବୁନ

  ଯୋଜନା ସୁବିଧା ନିଅ ।୧୫।


ଜରୁରୀ କାଳୀନ ସେବାସଂସ୍ଥା ପାଇଁ

 କୋରନା ଯୋଦ୍ଧା ଯୋଜନା ।

ପୋଲିସ ଶାସନ ସ୍ୱାସ୍ଥ୍ୟ ସେବସଂସ୍ଥା

  ସମସ୍ତଙ୍କୁ ଏହା ଜଣା ।୧୬।


ଚବିଶ ସାଆତ ସେବା ପ୍ରଦାନରେ

  ରାତିକୁ ମଣନ୍ତି ଦିନ ।

ସେବା ଦେବା ନେବା ସମୟ ଭିତରେ

  ହେଉଛନ୍ତି ସଂକ୍ରମଣ ।୧୭।


ଜୀବନ ଯୁଦ୍ଧରେ ପରାଜିତ ହୋଇ

  ଗଲାଣି କେତେ ଜୀବନ ।

ତଥାପି ତାଙ୍କର ସେବା କାର୍ଯ୍ୟକ୍ରମ

  ଚାଲିଛି ନିରବିଛିନ୍ନ ।୧୮।


ବାମ୍ଫ ପ୍ରଦାୟକ ନୂଆ ସଂସ୍ଥା ଏବେ

  ଯୋଜନାର ଅନ୍ତର୍ଭୁକ୍ତ ।

ପ୍ରୋତ୍ସାହନ ରାଶି ଦେବେ ସରକାର

  ବାମ୍ଫରେ ପୁରିବ ପେଟ ।୧୯।


କୋରନା ଯୋଜନା ସବୁ ତ ମାଗଣା

  ତଥାପି ଲାଗୁଛି ଭୟ ।

ମାଗଣା ଯୋଜନା କେତେ ଭୟଙ୍କର

  ଜନତା କରିବେ ତୟ ।୨୦।


ଯାହା କିଛି କ୍ଷତି କରୁଛି କୋରନା

  ବ୍ୟସ୍ତ ହୁଅ ନାହିଁ କେହି ।

ଭୂତାଣୁ ଯୁଗରେ ବିଭିନ୍ନ ଯୋଜନା 

  ଲାଭ ଉଠେଇବା ପାଇଁ ।୨୧।



Rate this content
Log in