STORYMIRROR

Niranjan Sahu

Others

2  

Niranjan Sahu

Others

କୋରାପୁଟ ପିଲା

କୋରାପୁଟ ପିଲା

1 min
13.4K


ଆମେ କୋରାପୁଟ ପିଲା

କୋରାପୁଟ ଆମ ଜିଲ୍ଲା

ବଣ ଜଙ୍ଗଲରେ ଖେଳୁଥାଉ ଆମେ

ପାଟି କରି ହୋ ହାଲ୍ଲା.

ଆମେ କୋରାପୁଟ ପିଲା...

ଝରଣା ପାଣି କୁ ପିଉଥାଉ

ଡ଼ଙ୍ଗର ବେଢାରେ ଖଟୁଥାଉ

ମାଦଲ ର ତାଳେ ନାଚୁଥାଉ

ସଲପ ନିଶାରେ ଝୁମୁ ଥାଉ

ଲୋଭ ମୋହ ମାୟା ଆମ ପାଖେ ନାହିଁ

ଆମେ ତ ନିରୀହ ପିଲା...

ଆମେ କୋରାପୁଟ ପିଲା..

ଖାଉଥାଉ ନୀତି ପେଜ ଯାଉ

ସବୁବେଳେ ଆମେ ଖୁସି ଥାଉ

ଝାଟି ମାଟି ଘରେ ରହିଥାଉ

ମିଳିମିଶି ଆମେ ଚଳୁଥାଉ

ଛନ୍ଦ କପଟ ଆମେ ଜାଣୁ ନାହିଁ

ଆମେ ତ ଦେଶିଆ ପିଲା

ଆମେ କୋରାପୁଟ ପିଲା..

ଏଇ ମାଟିରେ ଜନମ ହୋଇଲୁ

ପାଣି ପବନରେ ଖେଳିଲୁ

ଜୀବନ ଖୁସିରେ କାଟିଲୁ

ଆମ ଜୀବନ ସାର୍ଥକ କରିଲୁ

ଜୀବନରେ ଆଉ କିଛି ଲୋଡନାହିଁ

ଆମେତ ସରଳ ପିଲା

ଆମେ କୋରାପୁଟ ପିଲା

କୋରାପୁଟ ଆମ ଜିଲ୍ଲା

ନିରଂଜନ ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍