STORYMIRROR

Suresh chandra Padhy

Others

3  

Suresh chandra Padhy

Others

କୋଣାର୍କ

କୋଣାର୍କ

1 min
171

ଆସ ବୁଲି ଯିବା କୋଣାର୍କ କ୍ଷେତ୍ରକୁ

  ଦେଖିବା ଆମ ପୂରୁବ ଗୌରବକୁ

କେତେ ସୁନ୍ଦର କାରୁକାର୍ଯ୍ୟ ଦେଖିବା

  ଚନ୍ଦ୍ରଭାଗାରେ ବୁଡ ଆମେ ପକାଇବା

ଆସ ଦେଖି ଯିବା ଅର୍କ କ୍ଷେତ୍ରକୁ

  ଦେଖିବା ସାତ ଅଶ୍ଵକୁ

ବାର ସହ ବଢେଇ ମନ୍ଦିର କରିଲେ

  ଲାଙ୍ଗୁଳା ନରସିଂହ ଦେବ ନିର୍ଦ୍ଦେଶ ଦେଲେ

 ଆସ ଦେଖି ଯିବା ବୀର ଧରମାର କୀର୍ତ୍ତିକୁ

 ନିଜ ଜୀବନ ଦେଇ ରଖିଲା ସଭିଙ୍କ ଜୀବନକୁ

 କୋଣାର୍କ ଆଜି ବିଶ୍ୱରେ ପ୍ରସିଦ୍ଧ ହୋଇଛି

ବିଦେଶୀ ଯାତ୍ରୀଙ୍କ ଆଗମନ ହେଉଛି

ଆସ ଦେଖି ଯିବା ଓଡିଶାର ସୌର କ୍ଷେତ୍ରକୁ

ଦେଖିବା ଜାଣିବା ଆମ କୋଣାର୍କର ଶୋଭାକୁ

କୋଣାର୍କକୁ ଆମେ ସୁରକ୍ଷା କରିବା

ଏହି ଦୁର୍ଲଭ କୀରତିକୁ ମନେ ରଖିବା

ଆସ ଦେଖି ଯିବା ଉତ୍କଳ ଭୂଇଁକୁ

କୋଣାର୍କ ଧାମର ଐତିହ୍ୟସ୍ଥଳୀକୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍