STORYMIRROR

Ajit Kumar Raut

Others

3  

Ajit Kumar Raut

Others

କୋଣାର୍କ ମନ୍ଦିର

କୋଣାର୍କ ମନ୍ଦିର

1 min
215


ସୂର୍ଯ୍ୟଙ୍କ ମନ୍ଦିର କୋଣାର୍କ ମନ୍ଦିର

ଜଗତେ ବିଖ୍ୟାତ ଏହି,

ନରସିଂହ ଦେବ ସୂର୍ଯ୍ୟଙ୍କର ଭକ୍ତ

ସ୍ଥାପିତ କରିଲେ ସେହି।୧।


ରାଜା ନରସିଂହ ଅତ୍ୟନ୍ତ ପ୍ରତାପୀ

ସୂର୍ଯ୍ୟଙ୍କ ପରମ ଭକ୍ତ,

ରଥ ଆକାରରେ ମନ୍ଦିର ନିର୍ମାଣ

କଲେ ସୂର୍ଯ୍ୟଙ୍କର ଭକ୍ତ।୨।


ସାତଟି ପଥରେ ଅଶ୍ୱର ନିର୍ମାଣ

ଜଡ଼ିତ ରଥର ସଙ୍ଗେ,

ଚହଟି ଉଠିଲା ସୂର୍ଯ୍ୟଙ୍କର ରଥ

ଅପୂର୍ବ ଗୌରବ ସଙ୍ଗେ।୩।


ପୁରୀ ଠାରୁ ବତିଶ କିଲୋମିଟରେ

ଅବସ୍ଥିତ ଅଛି ଏହି,

ଚନ୍ଦ୍ରଭାଗା ନଦୀ ଓ ବଙ୍ଗୋପସାଗର

ସଙ୍ଗମ ସ୍ଥଳୀରେ ଏହି।୩।


ବାରଶ ବଢେଇ କାର୍ଯ୍ୟ କରୁଥିଲେ

ବିଶ୍ୱକର୍ମା ପରି ସେହି,

ବିଶୁ ମହାରାଣା ଶ୍ରେଷ୍ଠ କାରିଗର

ମନ୍ଦିର ନିର୍ମାଣେ ସେହି।୪। 


ଉତ୍କଳ ଗୌରବ ଚହଟି ଉଠୁଛି

ସୂର୍ଯ୍ୟ ରଥ ପରି ଭବେ,

ସୂର୍ଯ୍ୟ ତେଜ ପରି ପୌରଣିକ ଗାଥା

ଗୁଞ୍ଜୁ ଅଛି ବିଶ୍ୱ ଗର୍ଭେ।୫।


ନିଶ୍ଚିତ ସମୟେ ନିର୍ମାଣ ନକଲେ

ମୄତ୍ୟୁ ଦଣ୍ଡ ଦିଆ ଯିବେ,

ବଢେଇଙ୍କ ଚିନ୍ତା ଭୀଷଣ ହୋଇଲା

ନ ହୋଉଛି ଚୂଡା ଏବେ।୬।


ବିଶୁମହାରଣା ଧର୍ମା ନାମେ ପୁତ୍ର

ଅତି ଜ୍ଞାନବାନ ସେହି,

କାଲି ମୁହିଁ ଚୂଡା ନିର୍ମାଣ କରିବି

ଚିନ୍ତା ନ ରଖ ହେ କେହି।୭।


ରାତିରୁ ଉଠିଣ ମନ୍ଦିର କୁ ଗଲା

କହିଲା ନାହି ହିଁ କାରେ,

ରାତି ମଧ୍ୟେ ଚୂଡା ନିର୍ମାଣ କରିଲା

ଦଣ୍ଡିତ ନ କଲା କାରେ।୮।


ବଳିଦାନ ଦେଲା ପ୍ରାଣକୁ ତାହାର

ଗଭୀର ସମୁଦ୍ର ଗର୍ଭେ,

ବାରଶ ବଢେଇ ପ୍ରାଣ ରଖି ଦେଲା

ଇତିହାସ ଗୁଞ୍ଜେ ଭବେ।୯।


ସୂର୍ଯ୍ୟଙ୍କ ମନ୍ଦିର କୋଣାର୍କ ମନ୍ଦିର

ଜଗତେ ବିଖ୍ୟାତ ଏହି,

ନରସିଂହ ଦେବ ସୂର୍ଯ୍ୟଙ୍କର ଭକ୍ତ

ସ୍ଥାପିତ କରିଲେ ସେହି।୧୦।




Rate this content
Log in