STORYMIRROR

Biswanath Nayak

Children Stories Others

3  

Biswanath Nayak

Children Stories Others

କୋଇଲି

କୋଇଲି

1 min
142


ଗହଳିଆ ଆମ୍ବଡାଳେ

କୋଇଲି ତୁ ବସିଛୁ। 

କୁହୁକୁହୁ ନିନାଦରେ

ମନ ମୋର ତୋଷୁଛୁ। 

ସଂସାରର ତ୍ରିତାପରେ

ଭାରାକ୍ରାନ୍ତ ଏ ମନ। 

ଖୋଜୁଥିଲା ଯେତେବେଳେ

ସାନ୍ତ୍ଵନାର ଲେପନ। 

ମୋ ମନକୁ ଟାଣିନେଲୁ

ତୋର ମିଠା କୂଜନେ। 

ଗୋପୀଙ୍କ ମନକୁ ଟାଣେ

ମୋହନ ବଂଶୀ ଯେହ୍ନେ। 

ତୋ ଆଡେ ଧାଇଁଲା ମନ

ଛାଡି ସାରା ସଂସାର। 

ବିଭୁ ପାଦପଦ୍ମେ ଯେହ୍ନେ

ଧାମେ ଭକ୍ତ ପ୍ରବର। 

ଆନନ୍ଦ ସାଗରେ ମୋତେ

ବୁଡାଇଲା ତୋ ସ୍ଵର। 

ଭକତର ର ମନ ଯେହ୍ନେ

ବୁଡେ ଭକ୍ତି ସାଗର। 

ସାଗର ପାଖକୁ ଯେହ୍ନେ

ବହିଯାଏ ତଟିନୀ। 

ତୋ ସ୍ଵର ଆଡେ ବହିଲା

ମୋ ମନ ତରଙ୍ଗିଣୀ। 

ଜଳଧି ରେ ମିଶି ଯେହ୍ନେ

ନଦୀ ସତ୍ତା ହରାଏ। 

ହରାଇଲି ନିଜ ସତ୍ତା

ବୁଡି ତୋ ସ୍ଵର ଦେହେ। 

ଭୁଲିଲି ନିଜକୁ ନିଜେ

ନଥିଲା ପଞ୍ଚଭୂତ। 

ସମାଧିରେ ଯୋଗୀ ଯେହ୍ନେ

ଦେହ ଭାରୁ ମୁକତ।  

କୀଟ ଠାରୁ ପତଙ୍ଗ ଯେ

ସ୍ଥାବର ଠୁ ଜଙ୍ଗମ। 

ସବୁଠାରେ ପୁରିଥିଲା

ତୋର ସେ ନାଦବ୍ରହ୍ମ। 

ସେହି ନିନାଦରୁ ଅବା

ଶୁଭୁଥିଲା ଓଁକାର।

ବାଣୀ ଦେବୀଙ୍କ ବୀଣା ର

ସୁମଧୁର ଝଙ୍କାର। 



Rate this content
Log in