STORYMIRROR

Kali Kumar

Others

3  

Kali Kumar

Others

କୋଇଲି

କୋଇଲି

1 min
903

ଘଞ୍ଚ ବନର ତନୁକୁ ଚିରି

ଆକୁଳ ମନର ସେ ଶବ୍ଦଭେରୀ

କିଏ ତୁମେ ? କିଏ ? ହେ ! ବନଚାରୀ 

ଗୋପନେ ବସିଅଛ ପତ୍ରକୁ ଢାଳ କରି ।।


କି କୁହୁକ ଭରି ରଖିଛୁ ତାନରେ ତୋର 

ହେ କଣ୍ଠଶିଳ୍ପୀ !

କି ଶବ୍ଦଚାତୁରୀ, କି ସୁମଧୁର ସେ କବିତା ସ୍ୱର

ଗଗନେ ପବନେ ଦଶଦିଶେ ଭାସି ଉଠଇ

ମନ ପ୍ରାଣକୁ ମୁଗ୍ଧେ ଆନ୍ଦୋଳିତ କରଇ ।।


କୁହୁକୁହୁ ତାନେ କିଆଁ ବିକଳ ମନ

କାହା ଫେରିବା ବାଟରେ ଲଗାଅ ଧ୍ୟାନ

ପତ୍ର ଗହଳିରେ ସେହି ସଜାଗ କର୍ଣ୍ଣ

କୁହୁ ପ୍ରତିତ୍ତୋରେ କ୍ଷଣିକେ ହୁଏ ଉଚ୍ଛନ୍ନ ।।


ଧ୍ୟାନରତେ ମଗ୍ନ ହେ ବନ ସନ୍ୟାସୀ

ପ୍ରତୀକ୍ଷା ସରୁ ଏବେ ସରିଲା ନିଶି

ଦର୍ଶନ ଦିଅ ମୁଁ ଯେ ଦର୍ଶନାଭିଳାଷି

ପ୍ରତୀକ୍ଷା ସରୁ ଏବେ ସରିଲା ନିଶି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍