STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

କୋଇଲି ମାଳିକା

କୋଇଲି ମାଳିକା

1 min
14.8K


ନୀଳ ଗିରି ଶିଖେ କଳା ଦିଅଁ

ବିରାଜିତ ଚଉବାହା ଦିଅନ୍ତି ଅଭୟ ଲୋ କୋଇଲି

ନୀଳଗିରି ଶିଖେ କଳା ଦିଅଁ ।।

ତା ବାଇଶି ପାହାଚରେ ଥରେ ଚଢିଗଲେ ଭଲେ

ଗୋହତ୍ୟା, ବ୍ରହ୍ମ ହତ୍ୟା ପାପ ହୁଏ କ୍ଷୟ ଲୋ କୋଇଲି

ନୀଳଗିରି ଶିଖେ କଳା ଦିଅଁ ।।

ସେ ବାଇଶି ପାହାଚରେ ପିତୃ ପିତା ପିଣ୍ଡଦେଲେ

ମୋକ୍ଷ ଗତି ହୋଇ କଟେ ନରକର ଭୟ ଲୋ କୋଇଲି

ନୀଳଗିରି ଶିଖେ କଳା ଦିଅଁ ।।

ଗୋଟି ଗୋଟି ପାବଛ୍ଛେ ତା କୋଟି କୋଟି ଦେବତା

ନିରେଖି ଦେଖନ୍ତି ଚନ୍ଦ୍ର ଉଦିଆ ତା ମୁହଁ ଲୋ କୋଇଲି

ନୀଳଗିରି ଶିଖେ କଳା ଦିଅଁ ।।

ସରଗକୁ ଯିବା ବାଟ ଅଟେ ବାଇଶି ପାହାଚ

ତପସ୍ୟା ରତ ବିରଞ୍ଚି ମୁନି ଋଷି ଚୟ ଲୋ କୋଇଲି

ନୀଳଗିରି ଶିଖେ କଳା ଦିଅଁ ।।

ବାବା କାଶୀ ବିଶ୍ଵନାଥ ଭୋଳା ନିଜେ ବିମୋହିତ

ହୋଇ ସେ ପାହାଚେ ଆସି ପତ୍ୟକ୍ଷେ ବିଜୟ ଲୋ କୋଇଲି

ନୀଳଗିରି ଶିଖେ କଳା ଦିଅଁ ।।

ଅଷ୍ଟଦିଗପାଳ ନିତି ଏଠି ପହରା ଦିଅନ୍ତିa

ଭକତ ବନ୍ଧୁ ଭକତଙ୍କ ସେ ପ୍ରାଣ ଧନ ଲୋ କୋଇଲି

ନୀଳଗିରି ଶିଖେ କଳା ଦିଅଁ ।।

ସେହି କଳା ଦିଅଁ ପଦେ କବି ଶ୍ରୀ ପ୍ରଫୁଲ୍ଲ ବନ୍ଦେ

ଦୟାକରି ସ୍ଵାମୀ ଥରେ ଦିଅନ୍ତୁ ଆଶ୍ରୟ ଲୋ ‌କୋଇଲି

ନୀଳଗିରି ଶିଖେ କଳା ଦିଅଁ ।।

କବି ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳା ଯୋଡି , ଖୋର୍ଦ୍ଧା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍