STORYMIRROR

Geetanjali Prusty

Others

4  

Geetanjali Prusty

Others

କୋଇଲି ବୈକୁଣ୍ଠ

କୋଇଲି ବୈକୁଣ୍ଠ

1 min
406

ଲୀଳାମୟ ପ୍ରଭୁ ଜଗତର ନାଥ 

ଧନ୍ୟ ତୁମ ଲୀଳା ଖେଳା

ମାନବୀୟ ଲୀଳା ମର୍ତ୍ତ୍ୟେ କରୁଅଛ

ଧନ୍ୟ ପ୍ରଭୁ ଚକାଡୋଳା ll


ମହୋଦଧି କୂଳେ କଳ୍ପବଟ ମୂଳେ

ବିରାଜିଛ ଶ୍ରୀମନ୍ଦିରେ

ଭ୍ରାତା ଭଗ୍ନୀ ସାଥେ ବସିଅଛ ଦର୍ପେ

ରତ୍ନ ସିଂହାସନ ପରେ ll


ତୁମ କଳେବର କାଠର ବିଗ୍ରହ

ତା ମଧ୍ୟରେ ନାଭି ବ୍ରହ୍ମ

ଯେଉଁଠି ଜୀବନ ପରିତ୍ୟକ୍ତ କରେ

ଗୋଟେ ପରେ ଗୋଟେ ଜନ୍ମ ll


ନବ କଳେବର ହେଲେ ପ୍ରଭୁ ତୁମେ

ହୁଏ ତଵ ପୁନର୍ଜନ୍ମ

ଚତୁର୍ଦ୍ଧା ମୂରତି ଗଢ଼ା ବିଗ୍ରହ ରେ

ସଂସ୍ଥାପିତ ନାଭିବ୍ରହ୍ମ ll


ଜୀବ ବିନା ତଵ ପରିତ୍ୟକ୍ତ ଦେହ

କୋଇଲି ବୈକୁଣ୍ଠ ପୁରେ

ଅନ୍ତିମ ସଂସ୍କାର ସାଧିତ ହୁଅଇ

ମାନବୀୟ ବିଧାନରେ ll


ଶ୍ରୀମନ୍ଦିର କ୍ଷେତ୍ରେ ଦକ୍ଷିଣ ପଶ୍ଚିମେ

ନୈଋତ କୋଣରେ ଥାଇ

କୋଇଲି ବୈକୁଣ୍ଠ ପାଉ ଅଛି ଶୋଭା

ତୁମ ଲୀଳା ଖେଳା ନେଇ ll


ଜଗତ ଜନଙ୍କୁ ଦେଉଛ ସୂଚାଇ

ଦେବତା ବି ମୃତ୍ୟୁ ବରେ

ଜନମ ମରଣ ଚିରନ୍ତନ ସତ୍ୟ

ଏହି ମହୀ ମଣ୍ଡଳରେ ll


ଅଢ଼େଇ ଦିନର ଜୀବନ ଜୀଉଁଛ

ଅହଂ ଭାବ ତ୍ୟାଗ କରି

ଆନ ସେଵା ବ୍ରତେ ଉତ୍ସର୍ଗୀତ ହୁଅ

ହରି ନାମ ତୁଣ୍ଡେ ଧରି ll


ବିଶ୍ୱନିୟନ୍ତା ହେ ତୁମ ଆଦେଶରେ 

ଦିବସ ରଜନୀ ହୁଏ

ନିର୍ଦ୍ଦେଶରେ ତଵ ଯୁଗ ପରେ ଯୁଗ

ଆସି ପୁଣି ଚାଲି ଯାଏ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍