STORYMIRROR

BISWESWAR MAJHI

Others

3  

BISWESWAR MAJHI

Others

କୋଭିଡ ଯୋଦ୍ଧା

କୋଭିଡ ଯୋଦ୍ଧା

1 min
211


ଉନେଇଶ ସାଲ ଶେଷ ଦିବସରେ ଚାଇନା କଲା ପ୍ରକାଶ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନାମ ଦେଲା କୋଭିଡ୍-୧୯ ବିଶେଷ।

ସରୁ ନସରୁଣୁ ରୂପ ବଦଳାଇ ମାଡି ଆସିଲା ଦ୍ୱିତୀୟ

ମୃତ୍ୟୁର ପଦଧ୍ୱନି ଗୁଞ୍ଜରିତ ବିରାଜିତ ମହାଭୟ।


ଓଡିଶାରେ ଯହୁଁ ଆକ୍ରାନ୍ତଙ୍କ ସଂଖ୍ୟା ବଢିଲା କାୟା ମେଲାଇ

ଲକ୍ ଡାଉନ୍ ସହ ସଟ୍ ଡାଉନକୁ ଆଦରିଲେ ନବି ସାଇଁ ।

ଡାକ୍ତର ସହିତ ପାରାମେଡିକାଲ କରୋନାକୁ ଠେଲି ଧରି

ଗତିପଥ ତା'ର ରୋଧନ୍ତି ଦୃଢରେ ଜୀବନକୁ ପାଣି କରି।


ପୁଲିସ ଜଗିଛି ଘରୁ ବାହାରିଲେ କରୋନା ପଶି ଆସିବ

ଚବିଶ ଘଣ୍ଟିଆ ପ୍ରହରା ଦେଉଛି ଜନତା କାହିଁ ବୁଝିବ !

ଇଲେକଟ୍ରିକ୍ ପାଣି ସଉଦା ପରିବା ଔଷଧ ସଫେଇ ବାଲା

ଅତ୍ୟାବଶ୍ୟକୀୟ ବ୍ୟାଙ୍କର୍ ଆଦି ସାଥିରେ ସମ୍ବାଦବାଲା।


ସେବା ଯୋଗାଇବା ପାଇଁ ଜୀବନକୁ ବାଜି ଲଗାଇ ବାପୁଡା

ସଂକ୍ରମଣ ତାଙ୍କୁ ଦେବା ନାହିଁ ଏଥି ପାଇଁ ସତର୍କତା ଲୋଡା।

ଅତି ଆବଶ୍ୟକ ନପଡିଲେ ଘରୁ ଗୋଡ ନକାଢି ପଦାକୁ

କରୋନାକୁ ଦେବା ନାହିଁ ନିମନ୍ତ୍ରଣ ବଞ୍ଚାଇବା ସମାଜକୁ।


ଯୋଦ୍ଧା ଦଳ ତାଙ୍କ ପରିବାର ଭୁଲି ଜୀବନ ଲଗାଇ ବାଜି

କୋଭିଡ ସହିତ ଲଢେଇ କରନ୍ତି କାଳେ ହାରିବ ସେ ପାଜି।

କେତେ ଯୋଦ୍ଧା ତାଙ୍କ ଜୀବନ ଦେଲେଣି ହିସାବ ତାହାର ନାହିଁ

ଲଢେଇ ସରିନି ନିର୍ଣ୍ଣାୟକ ଚିନ୍ତି ବାଜି ଦିଅନ୍ତି ଲଗାଇ।


ଟୀକାଦାନ ଚାଲେ ଅତି ଦୃତତର ବର୍ଷ ଶେଷକୁ ସରିବ

ଘରଘର ବୁଲି ସ୍ୱାସ୍ଥ୍ୟକର୍ମୀ ଦଳ ଯୋଗଦାନ ତହିଁ ଦେବ।

ସମ୍ମାନ କରିବା କୋଭିଡ ଯୋଦ୍ଧାଙ୍କୁ ଈଶ୍ୱରଙ୍କ ରୂପ ଚିନ୍ତି

ପୂର୍ଣ୍ଣ ସହଯୋଗ କଲେ ଦେଶ ଆମ ପାଇବ କୋଭିଡ ମୁକ୍ତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍