STORYMIRROR

Alhadini Panigrahi dash

Others

3  

Alhadini Panigrahi dash

Others

କନ୍ୟା ଦାନ

କନ୍ୟା ଦାନ

1 min
166

କନ୍ୟାପିତା-


ବିଶ୍ବାସ, ଭରସା ସହ ଝିଅ ହାତ ଦେଲି ତୁମରି ହସ୍ତ

ହେ ଜୋଇଁ ମୋହର

ଦଶ ଅବା ହେଉ ସହସ୍ର ଝିଅ ଦୋଷ କ୍ଷମା କରିଣ ଦେବ

ହେ ଜୋଇଁ ମୋହର,

ବିଭୂ କରନ୍ତୁ ସୁ- କଇଲାଣ....ହେ ଜୋଇଁ ମୋହର । ୧)


 କନ୍ୟା ମାତା-


ଝିଅ ମୋ ଜୀବନ ଧନ ସମର୍ପିଲି ତାକୁ ତୁମ ହସ୍ତର

ଜୋଇଁ ଗୋ ମୋର

କହବନି କଥା ଟାଣ ଆଖିରେ ଦେବନି ଲୁହର ଧାର

ଜୋଇଁ ଗୋ ମୋର

ଗେହ୍ଲାରେ ବଢିଛି ଧନ ମୋହର......ଜୋଇଁ ଗୋ ମୋର । (୨)


ଭଉଣୀ-


ସାଙ୍ଗ, ଗୁରୁ,ଉପଦେଷ୍ଟା କେତେବେଳେ ପୁଣି କଳି,ବଚସା

ହେ ଭିଣୋଇ ମୋର

ସବୁ କରିଦେଇ ପର ହାତ ଧରି ନିଅ ତୁମରି ଘର

ହେ ଭିଣୋଇ ମୋର

ମୋ ନାନୀକୁ ସୁଖରେ ରଖିବ........ହେ ଭିଣୋଇ ମୋର ।(୩)


 ଭାଇ-


ମୁହିଁ ତୁମ୍ଭ ସାନ ଶଳା ମଧୁର ସଂପର୍କ ଆମର ପରା

ହେ ଭିଣୋଇ ମୋର

ନାନୀ ହାତ ଧରି ନେଇଯାଉଅଛ,ତା ବିନା ଯେ ଆମ

ଘର ଅଚଳ

ମୋ ନାନୀକୁ ରଖିବ ହୃଦ ଭିତର....ହେ ଭିଣୋଇ ମୋର ।(୪)


ବଧୂ-


ପାଇଁ ସାତ ଜନମର ମୋ ହାତ ଧରିଲ ଅଗ୍ନି ସମ୍ମୁଖ

ହେ ସ୍ବାମୀ ମୋହର

ହାତେ ପ୍ରେମର ମେହେନ୍ଦି ସିନ୍ଥିରେ ବିଶ୍ବାସ ସିନ୍ଦୂର ପିନ୍ଧି

ହେ ସ୍ବାମୀ ମୋହର

କଲି ନିଜକୁ ମୁଁ ସମର୍ପଣ......ହେ ସ୍ବାମୀ ମୋହର ।(୫)


ସମାଜ-


କନ୍ୟା ଦାନ କଲାପରେ କନ୍ୟା ହାତ ଦେଲେ ବର ହସ୍ତରେ

ଗୋ ସଜନୀ ମୋର

କ୍ଷଣିକରେ ଝିଅ ପର ହୋଇ ଚାଲିଯାଏ ଶ୍ବଶୁର ଘର

ଗୋ ରଜନୀ ମୋର

ଏକ ଅଟେ ବିଧି ରେ ବିଧାନ......ଗୋ ସଜନୀ ମୋର ।



Rate this content
Log in