Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Baman Chandra Dixit

Others

4  

Baman Chandra Dixit

Others

କଣ୍ଠିମାଳ କରିନେ

କଣ୍ଠିମାଳ କରିନେ

1 min
308


ମଲା ତୁଳସୀର ଶୁଖିଲା କାଠ ମୁଁ

ମୋ ଅଙ୍ଗକୁ ଛୁଇଁ ଦେ  

ଆପଣାର ବୋଲି ଆଶରା ମାଗୁଛି

କଣ୍ଠି ମାଳ କରି ନେ।

କାଳିଆରେ କଣ୍ଠି ମାଳ କରି ନେ ।।


ତୋ ପାଇଁ ସିନାରେ ଜନମ ମୋହର

ତୋ ବିନୁ ଆନେ ମୋ କିବା ଦରକାର

ତୋ ସାଥେ ଜୁଡ଼ା ମୋ ଜୀବନଟା ଥିଲା

ମରଣେ କୋଳେଇ ନେ ।

କାଳିଆରେ କଣ୍ଠିମାଳ କରି ନେ ।।


ପତରେ ପତରେ ଭରିଲୁ ବାସନା 

ବାସନାକୁ କରି ଚୀର ଉପାସନା

ବାସି ହୋଇ ଖସି ପଡ଼ିଥିଲି କାଲି

ଆଜି ବି କୋଳେଇ ନେ ।

କାଳିଆରେ କଣ୍ଠିମାଳ କରି ନେ ।।


ପାଦୋଦକ ସଙ୍ଗେ ସଙ୍ଗୀ ଥିଲି କେବେ

ଅବା ତୋ ଗଳାରେ ଲମ୍ବିଥିଲି କେବେ

ଆଜି ମୁଁ ଶୁଖିଲା କାଠ ଖଣ୍ଡେ ପରି

ପରଶ ଟିକିଏ ଦେ ।

କାଳିଆରେ କଣ୍ଠିମାଳ କରି ନେ।।


କେବେ ତୋ ମଥାରେ ଚନ୍ଦନ ମାଖିଛି

ପୁଣି କେବେ ତୋର ଟାହିଆ ସାଜିଛି

ଅବଢ଼ାରୁ ନିରିମାଲ୍ୟେ ଥିଲି କେବେ

ଆଜି ବି ଆଦରି ନେ ।

କାଳିଆରେ କଣ୍ଠିମାଳ କରି ନେ ।।


ଅଙ୍ଗେ ଅଙ୍ଗେ ମୋର ବିରାଜୁ ଠାକୁର

ତୋର ରଙ୍ଗେ ରସେ କାୟାକଳ୍ପ ମୋର

ହଜେଇ ସାରିଛି ଯେତେ ରଙ୍ଗ ରସ 

ବାସନା ଟିକକ ନେ ।

କାଳିଆରେ କଣ୍ଠିମାଳ କରି ନେ ।।


ଯପି ତପି ଯତି ଯେତେ ମୁନି ଋଷି

ଯପନ୍ତି ତୋ ନାମ ଯାପ ଘୋଷି ଘୋଷି

ସଭିଙ୍କ ଆଙ୍ଗୁଳି ଛୁଇଁ ଗଡୁଥିବି

ଜପା ମାଳି କରି ଦେ

କାଳିଆରେ କଣ୍ଠିମାଳ କରି ନେ।।



Rate this content
Log in