STORYMIRROR

Ajit Kumar Raut

Others

3  

Ajit Kumar Raut

Others

କଣ ଖୋଜୁଛୁ ତୁହି

କଣ ଖୋଜୁଛୁ ତୁହି

1 min
142

କିଆଁ ଖୋଜୁ ଅଛୁ ନିତି ହିଁ ତୁହିରେ

  କିମ୍ପା ଅଥୟଟି ମନ।

ନ ମିଳେ ଖୋଜିଲେ ଭକ୍ତିରେଟି ପ୍ରାପ୍ତି

  କରୁ ଦୁଃଖ କିମ୍ପା ମନ?


ପ୍ରଭୁ ଘଟେ ଘଟେ ବିରାଜମାନଟି

  ଶୂନ୍ୟ ନିରାକର ସେହୁ 

ନାହିଁ ପ୍ରଯୋଜନ ଖୋଜିଲେ ତାଙ୍କରେ

  ହୃଦୟେ ପ୍ରମାତ୍ମା ସେହୁ।


ଚରାଚର ପୃଥି ଭିଆଣ ତାଙ୍କର

  ସବୁ ଜୀବ ମଧ୍ୟେ ସେହୁ 

ବିନା ନିର୍ଦ୍ଦେଶରେ ପତ୍ରେ ନାହିଁ ଗତି

  ବଡ଼ ଠାକୁର ହିଁ ସେହୁ।


ଚନ୍ଦ୍ର ସୂର୍ଯ୍ୟ ତାରା ଗତି କରୁ ଥାନ୍ତି

  ପ୍ରଭୁଙ୍କ ନିର୍ଦ୍ଦେଶ ଯହିଁ 

ହେଳା ନ କରନ୍ତି କର୍ମରେ ତାଙ୍କର

  ଜନହିତେ କାର୍ଯ୍ୟ ତହିଁ।

  

ତୋହରି ହୃଦରେ ବିରାଜମାନ ସେ

  ଖୋଜୁ କିମ୍ପା ବୁଲି ବୁଲି 

ଭକ୍ତି ଶ୍ରଦ୍ଧା ଦେଇ ଭକ୍ତି ହିଁ କରିଲେ

  ସବୁ କିଛି ଦେବେ ମେଲି।


କୃପାସିନ୍ଧୁ ସେହୁ ଦୟାନିଧି ସେହୁ

  ଭକ୍ତର ସେ ଭଗବାନ 

ଖୋଜି ଖୋଜି ବଣା ନହୁଅ ଭାଇରେ

  ରଖିବେ ଭକ୍ତର ମାନ।


ଦାରୁବ୍ରହ୍ମ ସେହୁ ପରମେଶ୍ୱର ସେହୁ

  ପାଳନକର୍ତ୍ତା ଭି ସେହୁ 

ମନୁଷ୍ୟ ଜୀବନ କର୍ମର ନିମନ୍ତେ

  କର୍ମ ଜ୍ଞାନ ଦେଲେ ସେହୁ।


ଜୀବନ ଯାତ୍ରାରେ ରାଷ୍ଟ୍ର କର୍ମ ଶ୍ରେଷ୍ଠ

  ଜନସେବା କାର୍ଯ୍ୟ ତହିଁ 

ଗୃହ କାର୍ଯ୍ୟ ମଧ୍ୟ ଜଡ଼ିତ ସଙ୍ଗରେ

  ସମଭାବ ମନ୍ତ୍ର ଯହିଁ।


ପିତୃମାତୃଙ୍କର ସେବା ନିତିଦିନି

  ଭକ୍ତି ଗୁରୁଜନ ତହିଁ 

ନିଃସ୍ୱାର୍ଥର ଭାବରେ ଜନସେବା ଶ୍ରେଷ୍ଠ

  ଜୀବନ ଯାତ୍ରାରେ ଯହିଁ।


ବିଭୁ କାର୍ଯ୍ୟ କଲେ ପ୍ରଭୁଙ୍କର ପ୍ରାପ୍ତି

  ଖୋଜୁଅଛୁ କିମ୍ପା ନିତି?

ସତ୍ୟ ନ୍ୟାୟ ତ୍ୟାଗ କର୍ମପଥ ତୋର

  ଧର୍ମକର୍ମେ ରୁହ ନିତି।


ହୃଦୟରେ ଗୁଞ୍ଜୁ କୃଷ୍ଣ ରାମ ନାମ

  ଜଗନ୍ନାଥ ନାମ ଗୁଞ୍ଜୁ 

ସେବା ଭାବ ଗୁଞ୍ଜୁ ଜଗତ କଲ୍ୟାଣେ

  ନାମ ମନ୍ତ୍ର ହୃଦେ ଗୁଞ୍ଜୁ।


ଖୋଜିବାରେ କାଳ ବ୍ୟତୀତ ନକର

  ବୃଥା ନକର ସମୟ 

ବିଭୁ କାର୍ଯ୍ୟ ଅଟେ ସର୍ବଶ୍ରେଷ୍ଠ ମନ୍ତ୍ର

  ଅର୍ପିତ କର ସମୟ।


ରାଷ୍ଟ୍ର କାର୍ଯ୍ୟ ହେଉ ଜୀବନର ମନ୍ତ୍ର

  କର୍ତ୍ତବ୍ୟରେ ଜନସେବା  

ହୁଅ ଏ ଜୀବନେ ଆତ୍ମନିର୍ଭରଟି        

  କର ବିଶ୍ୱାସରେ ସେବା।


ଅଟେ ଏହୁ ଧର୍ମ ଅଟେ ଏହୁ କର୍ମ

  ଅଟେ ଏହୁ ପ୍ରଭୁ ବାଣୀ 

ସେବା କର୍ମ ଅଟେ ଧର୍ମର ନିମନ୍ତେ

  କୃଷ୍ଣଙ୍କ ମଧୁର ବାଣୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍