କଙ୍କାଳ ଆଜି ହସୁଛି
କଙ୍କାଳ ଆଜି ହସୁଛି
ଚମ ଧୁଡୁ ଧୁଡୁ ଦୁର୍ବଳ ଶରୀର
ହାଡ଼ ଗଣ୍ଡେ ଖାଲି ଦିଶୁଛି
ପାଆକୁ ପାଟିରରେ ଦାନ୍ତ ନାହିଁ ମୋର
ଆଖି ଦୁଇ ପଶି ଯାଇଛି,
ମୁଣ୍ଡରେ ମୋହର ଝୋଟ ପରିକା
ଚୁଟି ଗଣ୍ଡେ ଖାଲି ଉଡୁଛି
ତଥାପି ମନରେ ଅବଶୋଷ ନାହିଁ
ଦମ୍ଭ ଧରି ବଞ୍ଚି ରହିଛି,
ମନେ ମନେ ଖାଲି ଭାବୁଛି
ପିଲାଙ୍କ ପଛରେ ସବୁ ସାରି ଦେଇ
ସର୍ଵଶ୍ବାନ୍ତ ହୋଇ ଯାଇଛି,,
ସବୁ ଚାଲି ଗଲେ ଯେ ଯାହା ବାଟରେ
ପ୍ରତିବାଦ ମୁଁ ନକରିଛି
ଅତୀତ କଥାକୁ ମନେ ପକେଇ
ମୁରୁକି ମୁରୁକି ହସୁଛି,,
ଆଜି କାଙ୍ଗାଳ ମୁଁ ହୋଇ ଯାଇଛି
କଙ୍କାଳ ରୂପ ଧରିଛି
ମୋ ପୁଅ ପାଳେ ପିତୃ ଦିବସ
ଦେଖି ମୋତେ ହସ ଲାଗୁଛି
ମୁଁ କଙ୍କାଳ ଆଜି ହସୁଛି
ମୁଁ କଙ୍କାଳ ଆଜି ହସୁଛି,,
