STORYMIRROR

Niranjan Sahu

Others

3  

Niranjan Sahu

Others

କଙ୍କାଳ ଆଜି ହସୁଛି

କଙ୍କାଳ ଆଜି ହସୁଛି

1 min
138

ଚମ ଧୁଡୁ ଧୁଡୁ ଦୁର୍ବଳ ଶରୀର   

ହାଡ଼ ଗଣ୍ଡେ ଖାଲି ଦିଶୁଛି

ପାଆକୁ ପାଟିରରେ ଦାନ୍ତ ନାହିଁ ମୋର

ଆଖି ଦୁଇ ପଶି ଯାଇଛି,

ମୁଣ୍ଡରେ ମୋହର ଝୋଟ ପରିକା

ଚୁଟି ଗଣ୍ଡେ ଖାଲି ଉଡୁଛି

ତଥାପି ମନରେ ଅବଶୋଷ ନାହିଁ

ଦମ୍ଭ ଧରି ବଞ୍ଚି ରହିଛି,

ମନେ ମନେ ଖାଲି ଭାବୁଛି

ପିଲାଙ୍କ ପଛରେ ସବୁ ସାରି ଦେଇ

ସର୍ଵଶ୍ବାନ୍ତ ହୋଇ ଯାଇଛି,,


ସବୁ ଚାଲି ଗଲେ ଯେ ଯାହା ବାଟରେ

ପ୍ରତିବାଦ ମୁଁ ନକରିଛି

ଅତୀତ କଥାକୁ ମନେ ପକେଇ

ମୁରୁକି ମୁରୁକି ହସୁଛି,,

ଆଜି କାଙ୍ଗାଳ ମୁଁ ହୋଇ ଯାଇଛି

କଙ୍କାଳ ରୂପ ଧରିଛି

ମୋ ପୁଅ ପାଳେ ପିତୃ ଦିବସ

ଦେଖି ମୋତେ ହସ ଲାଗୁଛି

ମୁଁ କଙ୍କାଳ ଆଜି ହସୁଛି

ମୁଁ କଙ୍କାଳ ଆଜି ହସୁଛି,,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍