STORYMIRROR

Prasanta kumar Hota

Others

3  

Prasanta kumar Hota

Others

କଲ୍ୟାଣ ରେ ଗୋମାତା

କଲ୍ୟାଣ ରେ ଗୋମାତା

1 min
221


ଯା ଦେହେ ବସନ୍ତି ଦେବତା ସଭିଏଁ 

ମମତାମୟୀ ଯେ ମାଆ

ଯାର ସେବା ପୂଜା କରନ୍ତି ପରଜା

କାମଧେନୁ ତାର ନାଆଁ ।


ସର୍ଵ ଦେବ ଦେବୀ ହେଉଥାନ୍ତି ତୋଷ

ଯାର ପୂଜା ହେଲେ ନିତ୍ୟ

ସର୍ବାଙ୍ଗ ଯାହାର ଜଗତ ସେବାରେ

ତାର ସେବା ପୂଣ୍ୟ ସତ୍ୟ


ଜଗତର ସେବା କରୁଥାଏ ସଦା 

ଜଗତ କଲ୍ୟାଣେ ରହି 

ପୁରାଣେ ବର୍ଣ୍ଣନା ତାଠାରେ ଅର୍ଚ୍ଚନା 

ରହିଅଛି ତଥ୍ୟ ହୋଇ। 


ତାଠାରେ ବିମୁଖ ଯିଏସେ ଦୁର୍ମୂଖ

ତାକୁ କରେ ଅନାଦର

ତାର କି ଆଦର ରହିବ ଆମର

ତା ଜୀବନ କଳ୍ମଷର ।


ମାଆ ଭଳି ଯିଏ ସାହା ହେଉଥାଏ

ଜନତା କଲ୍ୟାଣ ପାଇଁ 

ଦେଖୁଥାଏ ସିଏ ସମୃଦ୍ଧିରେ ବୃଦ୍ଧି 

ନିସ୍ଵାର୍ଥରେ ରହି ରହି ।


ଗୋମାତାର ସେବା ମାନବ କଲ୍ୟାଣ

ବିଧାତା ଗଢ଼ିଛି ଜାଣି

ସ୍ଵଭାବ ସଂସ୍କାର ପାଏ ସେ ମାନବ 

ଦେଇଥିଲେ ସେବା ବୁଣି ।



Rate this content
Log in