କଲ୍ଯାଣ ମୟୀ ମା'
କଲ୍ଯାଣ ମୟୀ ମା'
💐କଲ୍ଯାଣମୟୀ ମା'💐
ତାରିଣୀ ତାରିଣୀ-
କଲ୍ଯାଣ କାରିଣୀ-
ଆଶିଷ ଦାୟିନୀ ମା' ।
ବିପଦେ ଆପଦେ
ଅବା ଅବସାଦେ
ଡାକିଦେଲେ ହେଉ ସାହା ।
ମାଆ ଗୋ-ମାଆ,
ତାରିଣୀ ମା'....(୦)
ଭକତିର ଭାବ ପରଖି ନେବାକୁ
ଶ୍ରୀଫଳ ସେବା ତୋହର ।
ସୁମରି ହୃଦୟେ ଯାଚଞ୍ଜା କରିଲେ
ମନ ବାଞ୍ଛା ପୁରେ ତା'ର ।।
ଗରିବ କି ଧନୀ ଗୁଣୀ ମହାମାନୀ
ଅବା ପୁର ପଲ୍ଲୀ ଗାଆଁ (୧)
ତୋ'ଆସ୍ଥାନ ଭରା ଶାଳବଣ ସିନା ।
ପ୍ରକୃତିର ଅପରୂପା ।
ଯାଏ ଦୁଃଖ ଦୂରେ ତୋ ପୃଦ ପୟରେ ।
କରୁଣାରେ ଶତରୂପା ।।
ମାଗେ ଶୁଭାଶିଷ ନ ହୋଇମା' ରୋଷ
ଦୁଃଖେ ଟିକେ କର ଆହା (୨)
ଅଦେଖା ବ୍ଯାଧିରେ କବଳିତ ବିଶ୍ବ
ମାନହର ହାହାକାର ।
ସତୀର ମଥାରୁ ଲିଭେ ମା'ସିନ୍ଦୁର
ସଂସାର ଉଜୁଡେ କାର ।।
ହେ! ବିଶ୍ବ ଜନନୀ ମା' ଲୋ' ତାରିଣୀ ।
ଏ ବିପଦେ ହୁଅ ସାହା (୩)
