କଲମ
କଲମ
1 min
314
ହାତେ ଦେଇଥିଲ କଲମ ଗୋଟିଏ
କବିତା ଲେଖିବି ବୋଲି
କବିତାର ମାୟା କଲା ମୋତେ ବାୟା
କବିଟିଏ ହୋଇଗଲି I
ତୁମପାଇଁ କେତେ କବିତା ଲେଖିଲି
ହୃଦୟ ନିଗିଡା ପ୍ରେମ
କବିତାରେ ମୋର ତୁମେ ଏକା ଥାଅ
ଥାଏ ଖାଲି ତୁମ ନାମ I
ତୁମ କଲମକୁ ହାତରେ ଧରିଲେ
ଅଭିମାନ ଉଠେ ଚେଇଁ
ମନର ଭାବନା ହୁଏ ଆନମନା
ତୁମେ ବୁଝି ପାରନାହିଁ I
ଏଇ କଲମରୁ ଗଜୁରିଛି କେତେ
ବିପ୍ଳବର ମହାଦୃମ
ଏଇ କଲମ ତ ଲେଖିଛି କାହାଣୀ
ଶିଖାଇଛି ଦେଶପ୍ରେମ I
ଅସରା ଅମାପ କଲମର ଶକ୍ତି
କିଏ ଅବା ଜାଣିନାହିଁ
ଅକିଞ୍ଚନ ମୁଁ ଯେ କଲମକୁ ଧରି
ତୁମ ଆଡେ ରହେ ଚାହିିିଁ I
ତୁମେ ମୋର ପ୍ରୀତି ତୁମେ ମୋ ଶକତି
ହୃଦୟରେ ଇତିବୃତ୍ତି
ତୁମେ ଦେଇଥିବା କଲମ ମୁନରେ
ସୃଜିବି ଅମର କୃତ୍ତି I
